Latest Odisha News

ଆଜି ଜନ୍ମାଷ୍ଟମୀ, ଭକ୍ତିମୟ ମନ୍ଦିର ପରିବେଶ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି  । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ବିଭିନ୍ନ ମନ୍ଦିରରେ ଭକ୍ତିମୟ ପରିବେଶ । ହରେ କୃଷ୍ଣ … ହରେ କୃଷ୍ଣ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି  । କିନ୍ତୁ ଏବର୍ଷ କୋଭିଡ୍ କଟକଣାରେ ପାଳନ ହେଉଛି ଜନ୍ମାଷ୍ଟମୀ । ମନ୍ଦିରଗୁଡ଼ିକରେ ବିଶେଷ ଆୟୋଜନ ନାହିଁ । ଆଜି ରାତିରେ ଜନ୍ମନେବ ପ୍ରଭୁ ଶ୍ରୀକୃଷ୍ଣ । ଏହାପରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ।

ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଉଛି । ପୁରୀ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସଂଧ୍ୟା ଧୂପ ପରେ ହେବ ମହାପ୍ରଭୁଙ୍କ କୃଷ୍ଣ ଜନ୍ମନୀତି । ଗତ ସଂଧ୍ୟାରେ ସଂଧ୍ୟାଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା । ଏହାପୂର୍ବରୁ ଜେଉଟ ଭୋଗ ଲାଗି କରାଯାଇଥିଲା ।

ଜନ୍ମାଷ୍ଟମୀ ପାଇଁ ଭୁବନେଶ୍ୱର ରାମମନ୍ଦିର, ଇସ୍କନ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ରାମମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା । କେବଳ ବିଭିନ୍ନ ନୀତିକାନ୍ତି କରାଯାଉଛି । ମନ୍ଦିର ବାହାରୁ ଲୋକ ଆଶୀର୍ବାଦ ନେଉଛନ୍ତି । ଘରେ ଘରେ ଲୋକ ଜନ୍ମାଷ୍ଟମୀ ବି ପାଳନ କରୁଛନ୍ତି ।

Leave A Reply

Your email address will not be published.