Latest Odisha News

BREAKING NEWS

ରାଜଧାନୀରେ ରକ୍ତପାତ: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ରକ୍ତପାତ । ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ୍ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ରଘୁନାଥପୁର ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସନାତନ ରାଉତ ।

ଗତକାଲି ରାତି ୧୨ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ହୋଇଛି ବୀଭତ୍ସ ହତ୍ୟା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଅଧିକ ଖୋଳତାଡ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ ।

Leave A Reply

Your email address will not be published.