Latest Odisha News

BREAKING NEWS

କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ: ଘଣ୍ଟ, ଘଣ୍ଟି, ଥାଳି ଓ ତାଳି ବଜାଇଲେ ଦେଶବାସୀ

ଭୁବନେଶ୍ୱର: କରୋନ ଭୂତାଣୁ ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ । ସାରା ଦେଶବାସୀ ଘଣ୍ଟ, ଘଣ୍ଟି, ତାଲି ଓ ଥାଳି ବଜାଇ ଜଣାଇଲେ ଧନ୍ୟବାଦ । କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଆଜି ପୁରା ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି । କିଏ ଘରର ବାଲକୋନୀ ତ ଆଉ କିଏ ଛାତ ଉପରେ ତ ଆଉ କିଏ ବାହାରକୁ ଆସି ଏକାଠି ହୋଇ ତାଳି ମାରିଛନ୍ତି ।
ଅହରହ କରୋନା ଭୁତାଣୁ ବିରୋଧରେ ଲଢ଼ୁଥିବା ଡାକ୍ତର, ନର୍ସ, ସଫେଇ କର୍ମୀ, ପାଲିସଙ୍କୁ ଜନତା ଜଣାଇଛନ୍ତି ଧନ୍ୟବାଦ । ନେତାଠାରୁ ଆରମ୍ଭ କରି ଅଭିନେତା ଓ ସାଧାରଣ ଜନତା ସମସ୍ତେ ଏକାଠି ହୋଇଛନ୍ତି । କରୋନାକୁ ରୋକିବା ପାଇଁ ସରକାରଙ୍କ ପ୍ରୟାସକୁ ସମସ୍ତେ ସଲାମ କରିଛନ୍ତି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଜନତା କର୍ଫ୍ୟୁକୁ ସମର୍ଥନ କରିବା ସହ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି । କିଛି କିଛି ଲୋକ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଥିଲେ ।

ଜନତା କର୍ଫ୍ୟୁ ପାଳନ କରିବା ବେଳେ ସନ୍ଧ୍ୟା ୫ଟାରେ ଧନ୍ୟବାଦ ଜଣାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ସ୍ଥିତିରେ ମଧ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀ ସେବା ଯୋଗାଉଥିବାରୁ ଏମାନଙ୍କୁ ସନ୍ଧ୍ୟା ୫ଟାରେ ୫ ମିନିଟ୍ ଘଣ୍ଟ, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇବାକୁ କହିଥିଲେ । ସାମାଜିକ ଦୂରତା ହେଉଛି ସବୁଠୁ ବଡ ଅସ୍ତ୍ର । ଯଦି ସାରା ଦେଶ ଏଥିରେ ସାମିଲ ହେବ ତେବେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମୋଦୀ କହିଥିଲେ ।

Comments are closed.