Latest Odisha News

BREAKING NEWS

କୋଭିଡ-୧୯ର ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ: ରୋଗ ଉପରେ ଅଙ୍କୁଶ ଲଗାଇବାକୁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ ।

କୋଭିଡ-୧୯ର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଏବଂ ଅନାବଶ୍ୟକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯିବାର ଜରୁରି ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରାଯାଇଥିଲା ।

ବିସ୍ତୃତ ବିଚାରବିମର୍ଶ ପରେ, କୋଭିଡ-୧୯ ପଜିଟିଭ କିମ୍ବା ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ୭୫ଟି ଜିଲ୍ଲାରେ କେବଳ ବାଧ୍ୟତାମୂଳକ ସେବାକୁ ବାଦ ଦେଲେ ବାକିସବୁ ବନ୍ଦ ରଖିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା । ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ସମ୍ପ୍ରସାରିତ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଅନେକ ରାଜ୍ୟ ପୂର୍ବରୁ ଏପରି ପ୍ରତିବନ୍ଧକ ଲାଗୁ କରିସାରିଛନ୍ତି ।

ଏହି ବୈଠକରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା:

୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସହରାଂଚଳ ରେଳ ସେବା ସମେତ ସମସ୍ତ ରେଳ ସେବା ସ୍ଥଗିତ ରଖାଯିବ । କିନ୍ତୁ ମାଲଗାଡ଼ିକୁ ଏଥିରୁ ବାଦ ଦିଆଯିବ।

୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ରେଳ ସେବା ସ୍ଥଗିତ ରହିବ । କୋଭିଡ-୧୯ ସଂକ୍ରମଣ କିମ୍ବା ମୃତ୍ୟୁ ମାମଲା ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ ରାଜ୍ୟ ସରକାର କେବଳ ଜରୁରିକାଳୀନ ସେବା ନିମନ୍ତେ ଅନୁମତି ଦେବାର ଆଦେଶ ଜାରି କରିବେ ।

ନ୍ତଃରାଜ୍ୟ ଯାତ୍ରୀ ପରିବହନ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ।

Leave A Reply

Your email address will not be published.