Latest Odisha News

BREAKING NEWS

ଜାନୁଆରୀ ୧୭ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ୧୫ ତାରିଖ ସକାଳ ୭ ଟା ୩୦ରେ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ । ସେଥିପାଇଁ କେଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ ଏକ ଟିମ୍ ଭିଜିଟ୍ କରିଛନ୍ତି । ଏହି ଟିମ୍ ରେ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀ ମାନେ ।

ଶ୍ରୀମନ୍ଦିର ଉତ୍ତରପୂର୍ବ ଐଶାନ୍ୟ କୋଣରେ ଯଜ୍ଞ ହେବାନେଇ ଚୂଡାନ୍ତ ହେବାପରେ ମାପଚୁପ କାର୍ଯ୍ୟ ମଧ୍ୟ ଆଜି ଶେଷ ହୋଇଛି । ତେବେ ଜାନୁଆରୀ ୧୭ ତାରିଖରେ କର୍ତ୍ତା ଭାବେ ଯୋଗଦେଇ ଯଜ୍ଞ କୁଣ୍ଡରେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଚାରି ଦୁଆରରେ ଚାରି ବେଦର ପାଠ ମଧ୍ୟ କରାଯିବ । ଏଥିସହ ସାଧୁସନ୍ଥ ଓ ମଠାଧୀଶଙ୍କ ଦ୍ବାରା ଚବିଶ ଘଣ୍ଟିଆ ଅଖଣ୍ଡ ନାମ ସଂକୀର୍ତ୍ତନ କରାଯିବ । ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁୟାରୀ ରେ ୧୭ ସମାହିତ ହେବ ।

Comments are closed.