Latest Odisha News

BREAKING NEWS

୨୦୨୬ ଫିଫା ବିଶ୍ୱକପ: ପ୍ରଥମ ଅଣ ଆୟୋଜକ ଦେଶ ଭାବେ ଜାପାନର ଯୋଗ୍ୟତା ହାସଲ

ଟୋକିଓ:ଜାପାନର ଫୁଟବଲ ଦଳ ବାହାରିନକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଅଣ ଆୟୋଜକ ଦେଶ ଭାବେ ୨୦୨୬ ଫିଫା ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାରେ ସୌଭାଗ୍ୟ ଲାଭ କରିଛି ଜାପାନ । ଆମେରିକା, ମେକ୍ସିକୋ ଏବଂ କାନାଡା ଏଥର ମିଳିତ ଭାବେ ବିଶ୍ବକପ ଆୟୋଜନ କରିବେ । ନିୟମ ଅନୁସାରେ ଆୟୋଜକ ଦେଶ ସିଧାସଳଖ ବିଶ୍ବକପ୍ କୁ ଯୋଗ୍ୟତା ଅର୍ଜନ କରିଥାଏ ।

ବିଶ୍ୱକପ୍‌ରେ ୪୮ଟି ଦଳ ଅଂଶଗ୍ରହଣ କରିବେ ଏବଂ ଏହି ପ୍ରତିଯୋଗିତାରେ ଜାପାନ ପ୍ରଥମ ଅଣ ଆୟୋଜକ ଦେଶ ଭାବେ ଏଣ୍ଟ୍ରି କରିଛି । ମୋଟ ଉପରେ,ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜାପନ ହେଲା ଚତୁର୍ଥ ଦଳ ।

ଏଫସି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଚମତ୍କାର ପ୍ରଦର୍ଶନ କରିଥିଲା। ଏପର୍ଯ୍ୟନ୍ତ ସେମାନେ ୭ ଟି ମ୍ୟାଚ ମଧ୍ୟରୁ ୬ ଟି ଜିତି ଗୋଟିଏ ଡ୍ର ଖେଳିଛନ୍ତି । ସୂଚନାଥାଉକି, ୨୦୨୬ ଜୁନ ୧୧ରୁ ଜୁଲାଇ ୧୯ ଯାଏଁ ଫିଫା ବିଶ୍ବକପର ୨୩ତମ ସଂସ୍କରଣ ଖେଳାଯିବ ।

 

 

 

 

Leave A Reply

Your email address will not be published.