Latest Odisha News

BREAKING NEWS

କରୋନା ଭାଇରସ ଭୟ: ୧ ଲକ୍ଷ ଟୁଲିପ ଫୁଲ କାଟିଦେଲା ଜାପାନ

ଟୋକିଓ: କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବୁଧବାର ଜାପାନ ସରକାର ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ଯାହା କି ସୌନ୍ଦର୍ଯ୍ୟ, ପ୍ରକୃତି ଓ ଫୁଲପ୍ରେମୀକୁ କଷ୍ଟ ଦେଇଛି । ଜାପାନାର ଟୁଲିପ ଫୁଲ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଥାଏ । ସାକୁରାରେ ଏକ ମନଲୋଭା ଟୁଲିପ ଉଦ୍ୟାନ ରହିଛି । ପ୍ରତି ବର୍ଷ ଏଠାରେ ବହୁତ ପ୍ରକୃତିପ୍ରେମୀ ଆସିଥାନ୍ତି । ତେବେ ଏଥର ମଧ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଫୁଲ ଏଠାରେ ଫୁଟିଥିଲା । କାଳେ ଏହି ଲୋଭନୀୟ ଦୃଶ୍ୟ ଦେଖିବାକୁ ଲୋକମାନେ ଆସିବେ ଜାପାନ ସରକାର ପକ୍ଷରୁ ଏହି ଫୁଲକୁ କାଟି ଦିଆଯାଇଥିଲା ।

Leave A Reply

Your email address will not be published.