Latest Odisha News

ଜନ୍ମଦିନ ପାଳନ କରିବେନି ସଚିନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ୨୪ ଏପ୍ରିଲରେ ସେ ୪୭ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଜନ୍ମଦିନ ପାଳନ କରିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି । ଏବେ ମଉଜ ମଜଲିସ କରିବା ସମୟ ନୁହେଁ ।

ଏହା ବ୍ୟତୀତ ସଂକ୍ରମଣକୁ ରୋକିବା ପାଇଁ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଲକଡାଉନ ଓ ସୋସିଆଲ ଡିଷ୍ଟାନସିଙ୍ଗ ନିୟମ ମଧ୍ୟ ମାନିବାକୁ ପଡିବ ବୋଲି କହିଛନ୍ତି । ଅବସର ଘୋଷଣା କରିବା ପରେ ସଚିନ ତାଙ୍କ ଜନ୍ମଦିନକୁ ପରିବାର ସହ ଭଲ ଭାବେ ପାଳନ କରିଥାନ୍ତି ।

Leave A Reply

Your email address will not be published.