Latest Odisha News

BREAKING NEWS

ହକି ବିଶ୍ୱକପ: ୧୨ ଖେଳାଳି ନେଇ ଖେଳିଥିଲା ଜାପାନ !

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ମଙ୍ଗଳବାର ଦକ୍ଷିଣ କୋରିଆ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚର ଏକ ପରିଚାଳନା ତ୍ରୁଟି ନେଇ ବିବାଦ ଉପୁଜିଛି । ରିପୋର୍ଟ ମୁତାବକ ମ୍ୟାଚରେ ଏକ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ରହିଥିଲେ । ନିୟମ ମୁତାବକ ପଡିଆରେ କୌଣସି ମୋତେ ଗୋଟିଏ ଟିମରୁ ୧୧ରୁ ଅଧିକ ଖେଳାଳି ଉପସ୍ଥିତ ରହିପାରିବେ ନାହିଁ । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହା କିପରି ସମ୍ଭବ ହେଲା ନେଇ ତଦନ୍ତ ଆରମ୍ଭ ହୋଇଛି । ଏଫଆଇଏଚ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ନେଇଛି ।

ଅବଶ୍ୟ ଭୁଲ ଜାଣିବା ପରେ ଜାପାନ ଏ ନେଇ କ୍ଷମା ପ୍ରାର୍ଥନା କରିଛି । ମ୍ୟାଚରେ ଗୋଲକିପର ପରିବର୍ତନ ବେଳେ ଏହି ତ୍ରୁଟି ଦେଖା ଦେଇଥିଲା । ସାମାନ୍ୟ ତ୍ରୁଟି ମ୍ୟାଚର ଫଳାଫଳକୁ ପ୍ରଭାବିତ କରିପାରିଥାନ୍ତା । ଭାଗ୍ୟ ଭଲ ଦକ୍ଷିଣ କୋରିଆ ଏହି ମ୍ୟାଚଜୁ ଜିତି ନେଇଛି । ମ୍ୟାଚ ରେଫରୀଙ୍କୁ ମଧ୍ୟ ଏ ନେଇ ପଚରା ଉଚରା କରାଯାଇଛି ।

Leave A Reply

Your email address will not be published.