Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରୁ ନାଡାଲ ବିଦା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନର ଦ୍ୱିତୀୟ ରାଉଣ୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ ବିଦାୟ ନେଇଛନ୍ତି ସ୍ପେନର ରାଫେଲ ନାଡାଲ । ଆମେରିକାର ୬୫ତମ ମାନ୍ୟତାପ୍ରାପ୍ତ ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡ ୬-୪, ୬-୪ ଓ ୭-୫ ସେଟରେ ନାଡାଲକୁ ପରାସ୍ତ କରିଥିଲେ । ଆରମ୍ଭରୁ ନାଡାଲ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ଧାରା ବଜାୟ ରଖିବାରେ ବିଫଳ ହୋଇଥିଲେ । ଅନ୍ୟ ପକ୍ଷରେ ଯୁବ ଖେଳାଳି ମ୍ୟାକେଞ୍ଜି ଜବରଦସ୍ତ ପ୍ରଦର୍ଶନ କରି କ୍ରମାଗତ ୩ଟି ସେଟରେ ବିଜୟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ । ୭ ବର୍ଷ ମଧ୍ୟରେ କୌଣସି ଏକ ଗ୍ରାଣ୍ଡସ୍ଲାମରେ ନାଡାଲଙ୍କ ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଏବେ ଏହି ୩୬ ବର୍ଷୀୟ ଷ୍ଟାର ଖେଳାଳି ଆଘାତ ସମସ୍ୟାରୁ ମୁକୁଳି କୋର୍ଟକୁ ଫେରିଛନ୍ତି ।

ଅଂଟା ଜନିତ ସମସ୍ୟା ଯୋଗୁ ନାଡାଲ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିପାରୁ ନାହାନ୍ତି । ପଡିଆରେ ନାଡାଲ ସଂଘର୍ଷ କରୁଥିବା ଦେଖି ତାଙ୍କ ପତ୍ନୀ ମାରିୟା ଫ୍ରାନସିସ୍କୋ ଦର୍ଶକ ଗ୍ୟାଲେରୀରେ ବସି କାନ୍ଦି ପକାଇଥିଲେ । ଏପରିକି ନାଡାଲ ହାରିବା ପରେ କମେଂଟେଟର ମଧ୍ୟ ଏହି ଫଳାଫଳକୁ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.