Latest Odisha News

ଶ୍ରୀଲଙ୍କା ପରେ ସୁପର ୧୨ରେ ପ୍ରବେଶ କଲା ନେଦରଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଶ୍ରୀଲଙ୍କା ପରେ ନେଦରଲାଣ୍ଡ ଟିମ ସୁପର ୧୨ରେ ପ୍ରବେଶ କରିଛି । ଗ୍ରୁପ ୧ରେ ଶ୍ରୀଲଙ୍କା ଏବଂ ଭାରତ ଥିବା ଗ୍ରୁପ ୨ରେ ନେଦରଲାଣ୍ଡ ସ୍ଥାନ ପାଇଛନ୍ତି । କ୍ୱାଲିଫାଇଂ ରାଉଣ୍ଡର ଗ୍ରୁପ ଏର ଶେଷ ମୁକାବିଲାରେ ୟୁଏଇ ୭ ରନରେ ନାମ୍ବିଆକୁ ପରାସ୍ତ କରିଥିଲା । ତେବେ ଏହାର ଫାଇଦା ୟୁଏଇକୁ ମିଳିବାରୁ ଦଳ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ସୁପର ୧୨ରେ ପ୍ରବେଶ ପାଇଁ ନାମ୍ବିଆକୁ ଏହି ମ୍ୟାଚରେ ବିଜୟୀ ହେବା ଜରୁରୀ ଥିଲା ।

BjdElectrycity

ପ୍ରଥମେ ବ୍ୟାଟିଂ କରି ୟୁଏଇ ୨୦ ଓଭରରେ ୩ ୱିକେଟ ହରାଇ ୧୪୮ ରନ କରିଥିଲା । ମହମ୍ମଦ ୱାସିମ ୫୦ ଓ ସି ରିଜୱାନ ୪୩ ରନର ଇନିଂସ ଖେଳିଥିଲେ । ଜବାବରେ ନାମ୍ବିଆ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା । ଡେଭିଡ ୱିଜ ୩୬ ବଲରେ ୫୫ ରନ କରିଥିଲେ । ଶେଷ ୨ ଓଭରରେ ଜିତିବା ପାଇଁ ନାମ୍ବିଆକୁ ୨୦ ରନ ଆବଶ୍ୟକ ହେଉଥିଲା ମାତ୍ର ସେମାନେ ୧୨ ରନ କରିପାରିଥିଲେ ।

Leave A Reply

Your email address will not be published.