Latest Odisha News

BREAKING NEWS

Japan Prime Minister: କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁ ?

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ। ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ। ଶାସକ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ରେ ବିଭାଜନ ଏଡାଇବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇସିବା ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ବର୍ଷ ପରେ ଇସିବା ଇସ୍ତଫା ଦେଇଛନ୍ତି। ଜୁଲାଇରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ​​LDPର ଏକ ବଡ଼ ପରାଜୟ ହୋଇଥିଲା। ସେବେଠାରୁ ତାଙ୍କ ଇସ୍ତଫା ଦାବି ଆରମ୍ଭ ହୋଇଥିଲା। ଯାହା ପରେ ରବିବାର ଇସିବା ଇସ୍ତଫା ଦେଇଛନ୍ତି।

ଗତବର୍ଷ ଅକ୍ଟୋବରରେ ଇସିବା ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୀର୍ଘ ଦିନ ଧରି ନେତୃତ୍ଵ ପରିବର୍ତ୍ତନ ପାଇଁ ଦଳ ଭିତରେ ଦାବି ହୋଇଆସୁଥିଲା। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀ ଦଳରେ ଏକତା ବଜାୟ ରଖିବା ଲାଗି ବାଧ୍ୟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି। ଉପର ସଦରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ କ୍ଷମତାକୁ ଦୁର୍ବଳ କରିଦେଇଥିଲା। ତେବେ ସେ ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଏଲଡିପି ଏବଂ ତା’ର ସହଯୋଗୀ ଦଳ କୋମେଟୋକୁ ମୋଟ ୪୭ ଆସନ ମିଳିଥିଲା। ବହୁମତ ପାଇଁ ସର୍ବନିମ୍ନ ୫୦ ଆସନ ଆବଶ୍ୟକ ଥିଲା। ଉପର ସଦନରେ ମୋଟ ୨୪୮ ଆସନ ଥିବାବେଳେ ଜୁଲାଇ ନିର୍ବାଚନରେ ଅଧା ଆସନରେ ମତଦାନ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଜାପାନର କୃଷି ମନ୍ତ୍ରୀ ଏବଂ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଶନିବାର ରାତିରେ ଇଶିବାଙ୍କୁ ଭେଟି ନିଜେ ଇସ୍ତଫା ଦେବାକୁ ଅନୁରୋଧ କରିଥିଲେ। ଗତ ସପ୍ତାହରେ, ଦଳର ଦୁଇ ନମ୍ବର ନେତା ହିରୋଶି ମୋରିୟାମାଙ୍କ ସମେତ ଏଲଡ଼ିପିର ଚାରି ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଗତ ସପ୍ତାହରେ ଇଶିବାଙ୍କ ସରକାର ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିଥିଲେ।

Comments are closed.