Latest Odisha News

BREAKING NEWS

ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଜର୍ମାନୀକୁ ହରାଇଲା ଜାପାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ଏସୀୟ ଟିମଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ବୁଧବାର ଅନୁଷ୍ଠିତ ଗ୍ରୁପ ଇର ଏକ ମୁକାବିଲାରେ ଜାପାନ ୨-୧ ଗୋଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି । ପୂର୍ବରୁ ଆର୍ଜେଂଟିନାକୁ ହରାଇ ସାଉଦି ଆରବ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଜର୍ମାନୀ ଆରମ୍ଭରୁ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା । ୩୩ତମ ମିନିଟରେ ଲାଇକେୟ ଗୁନଡୋଗନ ଗୋଲ ସ୍କୋର କରି ଜର୍ମାନୀକୁ ଅଗ୍ରଣୀ କରାଇଥିଲେ । ଏହା ପରେ ଜାପାନ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଏ ନେଇ ଉଭୟ ଦେଶ ମଧ୍ୟରେ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା ।

୭୫ତମ ମିନିଟରେ ଜାପାନର ରିଟସୁ ଡୋନ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ । ୮୩ତମ ମିନିଟରେ ଟାକୁମା ଆସୋନୋ ଆଉ ଏକ ଗୋଲ କରି ୨-୧ରେ ଅଗ୍ରଣୀ କରାଇଥିଲେ । ଜର୍ମାନୀ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

Leave A Reply

Your email address will not be published.