ଟୋକିଓ: ଜାପାନ ଫୁକୁଶିମାର ନ୍ୟୁକ୍ଲିୟର ପାୱାର ପ୍ଲାଂଟର ୧୨ ବର୍ଷ ଧରି ଜମି ରହିଥିବା ରେଡିଓ ଆକ୍ଟିଭ ପାଣି ଏବେ ଧିରେ ଧିରେ ପ୍ରଶାନ୍ତ ମହାସାଗରକୁ ଛଡା ଯାଉଛି । ଏହା ପରେ ଏହି ଅଂଚଳର ସି ଫୁଡ ନେବା ଉପରେ ଚୀନ, ହଂକଂ ସମେତ ଅନେକ ଦେଶ କଟକଣା ଲଗାଇଛନ୍ତି । ଏହାର ଜବାବ ଦେବାକୁ ଯାଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅନ୍ୟ ଅଧିକାରୀଙ୍କ ସହ ଏକତ୍ର ବସି ଫୁକୁଶିମାର ମାଛ ଖାଉଥିବା ଦେଖିବାକୁ ମିଳିଛି । ଏହା ସ୍ୱାଦିଷ୍ଟ ଏବଂ ସୁରକ୍ଷିତ ବୋଲି ସେ ବାର୍ତା ଦେଇଛନ୍ତି । ରେଡିଓ ଆକ୍ଟିଭ ପାଣି ଏହା ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ସେ କହିଛନ୍ତି । ସମୂଦ୍ରରେ ରେଡିଓ ଆକ୍ଟିଭ ପାଣି ଛାଡିବା ପାଇଁ ଆମେ ୟୁଏନର ଏଟମିକ ଏଜେନ୍ସି ଆଇଏଇଏର ଅନୁମତି ଆଣିଥିଲୁ । ଏହା ବ୍ୟତୀତ ଏଏଲପିଏସ ପର୍ଯ୍ୟାୟ ପୂରଣ କରିବା ପରେ ଏବେ ଏହି ପାଣି ଛଡା ଯାଉଛି । ୩୦ ବର୍ଷ ଧରି ବିଭିନ୍ନ ଟ୍ୟାଙ୍କରେ ରଖାଯାଇଥିବା ଏହି ପାଣିକୁ ଧିରେ ଧିରେ ଛଡାଯିବ । ଯାହା ଫଳରେ ସମୂଦ୍ରରେ ଏହାର ପ୍ରଭାବ କମ ରହିବ ।
ଜାପାନ ସରକାର ପାଣି ଛଡାଯାଉଥିବା ଅଂଚଳର ୩ କିଲୋମିଟର ପର୍ଯ୍ୟନ୍ତ ମାଛ ନ ଧରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ବୈଜ୍ଞାନିକଙ୍କ ମତରେ ବଡ ବଡ ମାଛ ଛୋଟ ମାଛକୁ ଖାଇବା ପରେ ପୁନର୍ବାର ବହୁ ଦୂରକୁ ଫେରି ଯାଇଥାନ୍ତି । ଏହି ମାଛ ମଣିଷ ଖାଇଲେ ସେମାନଙ୍କ ଶରୀରକୁ ରେଡିଓଆକ୍ଟିଭ ପାର୍ଟିକିଲ ଯିବ ବୋଲି କହିଛନ୍ତି । ଏହା କ୍ଷତି ଘଟାଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ସ୍ୱୀଡେନର ବୈଜ୍ଞାନିକମାନେ ଏହାର ପ୍ରଭାବ ସାମୁଦ୍ରୀକ ଯୁବ ଉପରେ କମ ରହିବ ବୋଲି କହିଛନ୍ତି ।
Comments are closed.