ଟୋକିଓ: ଜାପାନର ଜନୈକ ସୁମୋ ରେସଲର କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ସେ ଏବେ କ୍ୱାରେଂଟାଇନରେ ଅଛନ୍ତି । ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍ ମଧ୍ୟ କରାଯାଇଥିଲା । ହେଲେ ଜଣେ ରେସଲର କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ପୂରା ଆତଙ୍କ ଖେଳି ଯାଇଛି ।
ଜାପାନର ସୁମୋ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜାପାନରେ କରୋନା ଯୋଗୁ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୩୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ବନ୍ଦ କରାଯାଇଛି। ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜାତୀୟ ବିପତ୍ତି ଘୋଷଣା କରାଯାଇଛି।
Comments are closed.