Latest Odisha News

BREAKING NEWS

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜାପାନ ଗସ୍ତ ବାତିଲ କରିବେ ଶିଞ୍ଜୋ ଆବେ

ଟୋକିଓ: ଚୀନ ବିରୋଧରେ ସବୁଠାରୁ ସ୍ୱର ଉଠିବା ପରେ ଜାପାନ ଏବେ ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛି । ରିପୋର୍ଟ ମୁତାବକ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗସ୍ତକୁ ବାତିଲ କରିବା ପାଇଁ ଚିନ୍ତା କରୁଛନ୍ତି । ୨୦୦୮ ପରେ ପ୍ରଥମ ଥର ପାଇଁ ଜାପାନ ଗସ୍ତରେ କୌଣସି ଚୀନ ରାଷ୍ଟପ୍ରତି ଆସିଥାନ୍ତେ । ପ୍ରଥମେ ଏହି ଗସ୍ତ ଏପ୍ରିଲରେ ହେବାକୁ ଥିଲା କରୋନା ଯୋଗୁ ଏହା ଘୁଂଚିବା ପରେ ଏବେ ଏଥିନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ହଂକଂରେ ଚୀନର ନୂତନ ନିୟମ ଲାଗୁ ଯୋଗୁ ସେଠାରେ ରହୁଥିବା ଜାପାନ ଲୋକମାନେ ହଇରାଣର ସମ୍ମୁଖୀନ ହେବେ । ସେଠାରେ ଜାପାନର ୧୪୦୦ କମ୍ପାନୀ ମଧ୍ୟ ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ଆବେ କହିଛନ୍ତି ଚୀନ ଉପରୋକ୍ତ ଗସ୍ତ ନେଇ ପୁର୍ନବିଚାର କରୁ । ଭାରତ, ଜାପାନ, ତାଇୱାନ, ମ୍ୟାନମାର ପରି ଦେଶ ଏବେ ଖୋଲାଖୋଲି ଭାବେ ଚୀନକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.