Latest Odisha News

BREAKING NEWS

କଟକର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷିତ

କଟକ: କରୋନା ପଜିଟିଭ ଚିହ୍ନଟ ପରେ କଟକ ଜିଲ୍ଲାର ରାଣିହାଟ ଅଞ୍ଚଳରେ ଥିବା ମାଳିସାହିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

କଟକ ମହାନଗର ନିଗମ (ସିଏମସି)ର ବିଜ୍ଞପ୍ତି ଅନୁଯାୟୀ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏହି କଣ୍ଟେନମେଣ୍ଟ ଜୋନ୍ ଭିତରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଦକ୍ଷିଣରେ ହେମନ୍ତ ରାଉତଙ୍କ ଘର ଠାରୁ ଉତ୍ତରରେ ଟୁଟୁ ମିଶ୍ରଙ୍କ ଘର ଏଂବ ପଶ୍ଚିମରେ ଚମ୍ପା ଦେଇ ମନ୍ଦିରରୁ ପୂର୍ବ ହେମୁ ପାଳଙ୍କ ଘର ଯାଏଁ କଣ୍ଟେନମେଣ୍ଟ ଜୋନ୍ ରହିଛି।

ଏହାବ୍ୟତିତ ଉକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘର ମଧ୍ୟରେ ରହିବେ। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ଏବଂ ମେଡିସିନ୍‌, ଜରୁରୀ ତଥା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସିଏମସି ଦ୍ୱାରା ଗଠିତ ଟିମ୍ କରିବେ। ଏପରିକି ଏହି ଜୋନ୍ ଅଧିନରେ ଥିବା ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ ବୋଲି କଟକ ମହାନଗର ନିଗମର ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Leave A Reply

Your email address will not be published.