Latest Odisha News

BREAKING NEWS

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର ।

ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା ମାନପତ୍ର, ୧୦,୦୦୦ ଟଙ୍କାର ପୁରସ୍କାର ର।।ଶି ଏବଂ ମାନଫଳକ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସ୍କୁଲର ପ୍ରିନସିପାଲ୍ ରଶ୍ମିରେଖା ସେନାପତିଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ତଥା ୧୯୮୭ ବ୍ୟାଚର ଶ୍ରୀଜତ୍ ମିଶ୍ର, ଦ୍ୱୈପାୟନ ଦାସ, ଶ୍ରୁଷ୍ଟିଜିତ ମିଶ୍ର ଏବଂ ତନୁଜା ଦତ୍ତ ଉପସ୍ଥିତ ରହିଥିଲେ ।

ଏହାବ୍ୟତୀତ, ଅନ୍ୟ ୫ ଜଣ ଅଂଶଗ୍ରହଣକାରୀ ଅନୁଶ୍ରୀ ରଥ, ସୁଜ୍ଞାନୀ କ୍ରିଷ୍ଣାଦାରିୟୁ, ଅନଙ୍ଗ ବାନାର୍ଜୀ, ଆଶୁତୋଷ ମହାନ୍ତି ଏବଂ ପ୍ରତୀକ୍ଷା ପୁହାଣ ଆଚିଭମେଣ୍ଟ ମାନପତ୍ର ଗ୍ରହଣ କରିଥିଲେ । ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ଷ୍ଟୁଆର୍ଟ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବ ବୟସରୁ ସର୍ଜନାତ୍ମକ ଲେଖାର ବିକାଶ ତଥା ସୃଜନଶୀଳ ଚିନ୍ତାଧାରାର ଅଭିବୃଦ୍ଧି ନିମନ୍ତେ ପୂର୍ବରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣର ବିଜେତା ଥିଲେ ଅନିର୍ବାଣ ନାୟକ ।

ଏହି ପୁରସ୍କାର ସିଦ୍ଧାର୍ଥ ମିଶ୍ରଙ୍କ (୧୯୭୨-୨୦୧୨) ସ୍ମୃତିରେ ତାଙ୍କ ୧୯୮୭ ବ୍ୟାଚ ବନ୍ଧୁମାନଙ୍କ ଦ୍ୱାରା ଆୟୋଜିତ ହେଉଛି । ସିଦ୍ଧାର୍ଥ ଥିଲେ ଜଣେ ସୃଜନଶୀଳ ଲେଖକ ତଥା ଭାରତର ଜଣେ ଅଗ୍ରଣୀ ସାମ୍ବାଦିକ । ସିଦ୍ଧାର୍ଥ କିଶୋର ବୟସରୁ ହିଁ ସାମ୍ବାଦିକତାରେ ପାରଦର୍ଶିତା ହାସଲ କରି ନିଜର ସ୍ୱକୀୟ ପ୍ରତିଭାର ପରିପ୍ରକାଶ କରିପାରିଥିଲେ । ସେ ଇହଧାମ ତ୍ୟାଗ କରିବା ସମୟରେ ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର କ୍ରୀଡ଼ା ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ । ଏଥିପୂର୍ବରୁ ସେ ‘ଟାଇମ୍ସ ଅଫ ଇଣ୍ଡିଆ’ ଏବଂ ‘ନ୍ୟୁଜ ଏକ୍ସ’ ପରି ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଥିଲେ ।

“କେବଳ ଷ୍ଟୁଆର୍ଟ ସ୍କୁଲ ନୁହେଁ ବରଂ ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ସର୍ଜନାତ୍ମକ ଚିନ୍ତାଧାରାକୁ ପରିସ୍ଫୁଟନ କରିବା ଲକ୍ଷ୍ୟନେଇ ୧୯୮୭ ବ୍ୟାଚ ଏହିପରି ପ୍ରତିଯୋଗିତା ଆରମ୍ଭ କରିଛି,” ବୋଲି କହିଛନ୍ତି ଶ୍ରୀଜତ୍ ମିଶ୍ର ।

Leave A Reply

Your email address will not be published.