Latest Odisha News

BREAKING NEWS

ଶରଧାବାଲିରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ, କରିଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ  ଆସିଛନ୍ତି ଯଶୋଦାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ ପୁରୀ ଶରଧାବାଲିରେ  । ସମ୍ପର୍କୀୟଙ୍କ ସହ ଆଜି ଆଡପ ମଣ୍ଡପରେ  ମହାବାହୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ  ତାଙ୍କର ଭାଇ ଅଶୋକ ମୋଦି ଓ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ମହପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଯଶୋଦାବେନ ପୁରୀରେ ପହଞ୍ଚିଥିଲେ । ସର୍କିଟ ହାଉସରେ ରାତ୍ରିଯାପନ କରିବା ପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଗୁଣ୍ଡିଚା ମନ୍ଦିର । ଆଡପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଯଶୋଦାବେନ ।

ଆଡପ ମଣ୍ଡପରେ ତିନିଠାକୁରଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ଏବଂ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରନ୍ତି । ତେଣୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଥାନ୍ତି ପୁରୀକୁ । ଆଜି ଆଡପ ମଣ୍ଡପରେ ପ୍ରଭୁଙ୍କର ଶେଷ ଦର୍ଶନ । ଏହି ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଇଥାଏ ।  ଆସନ୍ତାକାଲି ବୁଧବାର ଦିନ ବହାୁଡା ଯାତ୍ରା । ମହାପ୍ରଭୁ ଫେରିଯିବେ ଶ୍ରୀମନ୍ଦିର ।

ଯଶୋଦା ବେନଙ୍କ ସହ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶକ ଅରୁନ୍ଧତୀ ଦେବୀ ମଧ୍ୟ ଯଶୋଦା ବେନଙ୍କ ସହ ଦର୍ଶନ ପାଇଁ ପୁରୀ ଆସିଛନ୍ତି । ଏମାନଙ୍କୁ ସହାୟତା କରିବା ପାଇଁ ସାଥୀରେ ଅଛନ୍ତି ବିଶ୍ୱ ଓଡ଼ିଆ ସମାଜ ଅଧ୍ୟକ୍ଷ ତଥା ସାମ୍ବାଦିକ କିଶୋର ଦ୍ୱିବେଦୀ ।

 

 

 

Leave A Reply

Your email address will not be published.