Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା: ଜଣେ ମୃତ, ପାଞ୍ଚ ଆହତ

କୋଲକାତା: ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୈତିକ ମାହୋଲ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜାରି ରହିଛି ହିଂସା। କୁଚବିହାରର ଗୀତଲଦାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। କୁହାଯାଉଛି ଗୋଟିଏ ରାଜନୈତିକ ଦଳ ମଧ୍ୟରେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିଲା ଏବଂ ଏହି ଉଭୟ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି। ଏନେଇ କୁଚବିହାର ଏସପି ସୁମିତ କୁମାର କହିଛନ୍ତି ଯେ ସୋମବାର ସକାଳେ ଗୀତଲଦାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏହି ସମୟରେ ପାଞ୍ଚ ଜଣଙ୍କୁ ଗୁଳି କରାଯାଇଥିଲା। ମୃତକଙ୍କ ମଧ୍ୟରୁ ଜଣେ ବାବୁ ହକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ପୋଲିସ ଏବେ ସୁଦ୍ଧା ଘଟଣାସ୍ଥଳରେ ଉପସ୍ଥିତ ଅଛି। ତେବେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ କୁଚବିହାରରେ ହିଂସାତ୍ମକ ସଂଘର୍ଷ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା। ହିଂସା ଘଟଣାରେ ବାଂଲାଦେଶୀ ଅପରାଧୀଙ୍କ ହାତ ଥାଇପାରେ ବୋଲି ପୋଲିସ ଦାବି କରିଛି।

Leave A Reply

Your email address will not be published.