Latest Odisha News

BREAKING NEWS

ଶ୍ରେୟାଶଙ୍କ ସ୍ଥାନରେ କେକେଆର ଦଳରେ ଯୋଗ ଦେଲେ ଜାସନ

କୋଲକାତା: କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଆଘାତପ୍ରାପ୍ତ ଶ୍ରେୟାଶ ଆୟରଙ୍କ ସ୍ଥାନରେ ଇଂଲଣ୍ଡର ଜାସନ ରାୟଙ୍କୁ ସାମିଲ କରିଛି । ପୂର୍ବରୁ ଶ୍ରେୟାଶଙ୍କ ପରେ ଶକିବ ଉଲ ହାସନ ଆଇପିଏଲରୁ ନାମ ପ୍ରତ୍ୟାହାର କରିନେବା ପରେ କୋଲକାତା ଟିମ ଚିନ୍ତାରେ ପଡିଥିଲା । ଜାସନଙ୍କୁ ଏବେ ଦଳ ୨.୮ କୋଟି ଟଙ୍କାରେ ସାମିଲ କରିଛି । ୨୦୨୩ ମିନି ଅକ୍ସନରେ ତାଙ୍କର ବେସ ପ୍ରାଇସ ୧.୫ କୋଟି ଟଙ୍କା ଥିଲା । ସେ ଶେଷ ଥର ୨୦୨୧ରେ ଆଇପିଏଲ ଖେଳିଥିଲେ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଜାସନ ୫ଟି ମ୍ୟାଚରେ ୧୫୦ ରନ କରିଥିଲେ ।

ଗତ ବର୍ଷ ଗୁଜରାଟ ଟାଇଟନ୍ସ ତାଙ୍କୁ ଦଳରେ ନେଇଥିଲା ମାତ୍ର ଜାସନ ସାମୟିକ ଭାବେ କ୍ରିକେଟରୁ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ୨୦୨୦ରେ ମଧ୍ୟ ବ୍ୟକ୍ତିଗତ କାରଣରୁ ସେ ଆଇପିଏଲରୁ ଓହରି ଯାଇଥିଲେ । କୋଲକାତା ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ପିଚରେ ଖେଳିବ ।

Leave A Reply

Your email address will not be published.