Latest Odisha News

BREAKING NEWS

ରିଲ ନୁହେଁ ରିଅଲ ବଲିଉଡ କାହାଣୀ..ସୁଟିଂ ସେଟରେ ନାୟିକାଙ୍କୁ ଚାପୁଡା ମାରିଲେ ନିର୍ଦ୍ଦେଶକଙ୍କ ପତ୍ନୀ

ମୁମ୍ବାଇ:ବଲିଉଡର କାହାଣୀ । ନାୟିକାଙ୍କ ପ୍ରେମରେ ପାଗଳ ହୋଇଗଲେ ଫିଲ୍ମ ଡାଇରେକ୍ଟର । ତାଙ୍କର ସବୁ ଫିଲ୍ମରେ ତାଙ୍କୁ ହିଁ ନେବାକୁ ଚାହିଁଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ ବି ସଫଳ ହେବାକୁ ଲାଗିଲା । ତାଙ୍କର କ୍ୟାରିଅରରେ ଚାର ଚାନ୍ଦ ଲାଗିଗଲା । କମ ବୟସରେ ଏତେ ନେମ..ଫେମ.. । ନାୟିକା ବି ପାଗଳ ହୋଇଗଲେ ଡାଇରେକ୍ଟରଙ୍କ ପ୍ରେମରେ । ଆଉ ଯେଉଁଠୁ ବି ଫିଲ୍ମ ଅଫର ଆସିଲା ଏଡାଇ ଦେଲେ । ଏପଟେ ଉଭୟଙ୍କ ପ୍ରେମ କାହାଣୀ ପହଞ୍ଚିଲା ଡାଇରେକ୍ଟରଙ୍କ ପତ୍ନୀଙ୍କ ପାଖରେ । ସିଧା ଆସିଲେ ସୁଟିଂସେଟଙ୍କୁ ଆଉ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଥପ୍ପଡ ମାରିଲେ … । ଆଉ ଏହାର ପରିଣତି କ’ଣ ହେଲା ଜାଣନ୍ତି ? ପରିଣତି ଥିଲା ଦୁଃଖଦାୟକ । ଉଭୟଙ୍କ ପାଇଁ । ବଲିଉଡର ଏ କାହାଣୀ ରିଲ୍ ନୁହେଁ ରିୟଲ । ଏ କାହାଣୀ ନାୟିକା ଉର୍ମିଳା ମାତୋଣ୍ଡକର ଏବଂ ରାମ ଗୋପାଳ ବର୍ମାଙ୍କର ।

ପିଲାବେଳରୁ ବଲିଉଡରେ ପାଦ ରଖିଥିଲେ ଉର୍ମିଳା । ଫିଲ୍ମ ମାସୁମରେ ସେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଏଣ୍ଟ୍ରି ମାରିଥିଲେ । ନିଜ ଅଭିନୟ ଦକ୍ଷତାରେ ସମସ୍ତଙ୍କ ମନ କିଣି ନେଇଥିଲେ । ୧୭ ବର୍ଷ ବୟସରେ ସେ ନରସିଂହାରେ ଡେବ୍ୟୁ କରିଥଲେ । ଏଥିରେ ତାଙ୍କର ଭୂମିକା ବେଶ ପ୍ରଶଂସିତ ଥିଲା । ଏହା ପରେ ତାଙ୍କୁ ଫିଲ୍ମ ଚମତ୍କାରରେ ଦେଖିବାକୁ ମିଳିଥିଲା । ଏହା ଫରେ ସ୍କ୍ରିନକୁ ଆସିଥିଲା ତାଙ୍କର ସୁପର ଡୁପର ହିଟ ରଙ୍ଗିଲା । ଏହି ଫିଲ୍ମରେ ତାଙ୍କୁ ଅମିର ଖାନ ଏବଂ ଜ୍ୟାକି ସରାଫଙ୍କ ସହ ଦେଖିବାକୁ ମିଳିଥିଲା । ଗୋଟିଏ ପରେ ଗୋଟିଏ ୬ଟି ଫିଲ୍ମ ରିଲିଜ ହେଲା  । ତେବେ ଏହି ରଙ୍ଗିଲା ଫିଲ୍ମ ତାଙ୍କ ଜୀବନର ମୋଡ ବଦଳାଇ ଦେଲା । ଫିଲ୍ମର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଉର୍ମିଳାଙ୍କ ପ୍ରେମରେ ପଡିଗଲେ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ଉତ୍ମିଳାଙ୍କୁ କାଷ୍ଟ କରବାକୁ ଚାହିଁଲେ ।

ଉର୍ମିଳା ମଧ୍ୟ ରାମଗୋପାଳଙ୍କ ଫିଲ୍ମକୁ ଅନୁମତି ଦେବା ସହ ଅନ୍ୟ ଭଲ ଫିଲ୍ମକୁ ଏଡାଇ ଦେଲେ । ହେଲେ ଏହି ଭୁଲ ତାଙ୍କ କ୍ୟାରିଅର ପାଇଁ ମହଙ୍ଗା ପଡିଲା । ଆସ୍ତେ ଆସ୍ତେ ରାମୁଙ୍କ ଫିଲ୍ମ ରେଟିଂ କମିଲା । ଏପଟେ ଉର୍ମିଲାଙ୍କୁ ଅନ୍ୟ ଫିଲ୍ମ ମେକର ଅଫର ଦେବା ବନ୍ଦ କରିଦେଲେ । ଏମିତି ଏକ ସମୟରେ ରାମଗୋପାଳଙ୍କ ପ୍ରେମ କାହାଣୀ ପତ୍ନୀଙ୍କ କାନରେ ପଡିଲା । ସେ ସିଧା ଫିଲ୍ମ ସେଟକୁ ଆସିଲେ । ସିଧା ଉର୍ମିଳାଙ୍କ ପାଖକୁ ଯାଇ ତାଙ୍କୁ ଥପ୍ପଡ ମାରିଲେ । ଏହି ଘଟଣା ପରେ ଉର୍ମିଳା ରାମଗୋପାଳଙ୍କଠାରୁ ତ ଦୂରେଇ ରହିଲେ । କିନ୍ତୁ ନିଜ ଭୁଲ ପାଇଁ ତାଙ୍କର କ୍ୟାରିୟର ଖରାପ ହୋଇଗଲା । ଭଲ ଫିଲ୍ମ ଆସିଲାନି । ଏପଟେ ରାମୁ ବି ଉର୍ମିଳାଙ୍କୁ ମାରିବା କାରଣକୁ ନେଇ ପତ୍ନୀଙ୍କୁ ଡିଭୋର୍ସ ଦେଇଥିଲେ ।

Leave A Reply

Your email address will not be published.