ଲଣ୍ଡନ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୩୮୭ ରନରେ ଇଂଲଣ୍ଡକୁ ଅଲଆଉଟ କରିଛି । ପନ୍ତ ୭୪ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ଭାରତର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଏକ ରେକର୍ଡ ପନ୍ତ ଭଙ୍ଗ କରିଛନ୍ତି । ଇଂଲଣ୍ଡରେ ଭାରତ ପକ୍ଷରୁ କପିଳ ଦେବ ୧୩ ମ୍ୟାଚରେ ୪୩ ୱିକେଟ ନେଇଥିଲେ । ବୁମରାହ ୧୧ ମ୍ୟାଚରେ ୪୭ ୱିକେଟ ନେଇ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ତାଲିକାରେ ଈଶାନ୍ତ ଶର୍ମା ଶୀର୍ଷରେ ରହିଛନ୍ତି । ସେ ୧୫ ମ୍ୟାଚରେ ୫୧ ୱିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମୀ ୧୪ ମ୍ୟାଚରେ ୪୨ ଓ ଅନୀଲ କୁମ୍ବଲେ ୧୦ ମ୍ୟାଚରୁ ୩୬ ୱିକେଟ ନେଇଛନ୍ତି ।
ବୁମରାହ ସଠିକ ଲାଇନ ଓ ଲେନଥରେ ବୋଲିଂ କରି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲେ । ଏହି ମ୍ୟାଚରେ ମହମ୍ମଦ ସିରାଜ, ନୀତିଶ କୁମାର ରେଡ୍ଡୀ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ । ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ ରନ କରିବାକୁ ସକ୍ଷମ ହୋଇଥିଲା ।
Comments are closed.