Latest Odisha News

BREAKING NEWS

ଦ୍ରୁତ ୧୦୦ ଉଇକେଟ ହାସଲରେ କପିଳଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରାହ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । କମ୍ ମ୍ୟାଚରେ ୧୦୦ ଉଇକେଟ ହାସଲ କରିବାରେ ସେ କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । ପୂର୍ବରୁ ଭାରତ ପକ୍ଷରୁ କପିଳ ଦେବ(୨୫ ମ୍ୟାଚରେ ୧୦୦ ଉଇକେଟ)ଙ୍କ ନାମରେ ଏହି ରେକର୍ଡ ରହିଥିଲା ।

ବୁମରାହ ୨୪ ମ୍ୟାଚରେ ୧୦୦ ଉଇକେଟ ହାସଲ କରିଛନ୍ତି । ଏମାନଙ୍କ ପଛକୁ ଇରଫାନ ପଠାନ(୨୮), ମହମ୍ମଦ ସାମି (୨୯) ଓ ଜଭାଗଲ ଶ୍ରୀନାଥ (୩୦) ମ୍ୟାଚ ଖେଳି ଏହି ସଫଳତା ହାସଲ କରିଥିଲେ । ଇଂଲଣ୍ଡର ଓଲୀ ପୋପଙ୍କ ଉଇକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଥିଲେ ।

Comments are closed.