ଜାତକ
ବିପିନ ନାୟକ
ଏବେ ଆଦର ନୁହେଁ
ଅବଜ୍ଞାର କଠୋରତାରୁ
ଜନ୍ମ ନେଉଛି ମୁଁ
ରାତି
ରିକ୍ତତା
ସ୍ଵେଦ
ଫୁଲ ପରି ପାପମାନଙ୍କୁ
କାକର ଖିଅକରେ
ଗୁନ୍ଥୁଚି ଯେ ଗୁନ୍ଥୁଚି
କାଳେ ସୁଗନ୍ଧିତ ହେବ
ସମୟ,
ଝଲସିଯିବ ଶବ୍ଦ
ମୁହୁର୍ତ୍ତେ ଅକ୍ଷରର ମୁହଁରୁ
ଫିଟି ପଡିବ
ମେଘ
ମହୁ
ଗୁଞ୍ଜନ,
ଏପରିକି କାନ୍ଦଣାମାନଙ୍କ ଦ୍ୱାରା ନିର୍ମିତ
ଅଧାଗଢା ସ୍ୱପ୍ନ…
Comments are closed.