Latest Odisha News

BREAKING NEWS

ଲୋକସଭାରେ ଆଜି ପୁଣି ଆଗତ ହେବ ‘ତ୍ରିପଲ ତଲାକ’ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଦିନ ମୋଦି ସରକାରଙ୍କ ପକ୍ଷରୁ ‘ତ୍ରିପଲ ତଲାକ’ ବିଲ୍ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ ଆଜି ବିଧେୟକ ଉପରେ ଆଲୋଚନା ହେବା ପରେ ଏହି ତିନି ତଲାକ ବିଲ୍ ପାସ୍ ହୋଇପାରେ ।

ପ୍ରାପ୍ତ ସୂଚନାନୁଯାୟୀ ଏଥିପାଇଁ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ।

ଏହି ବିଲରେ ଏକକାଳୀନ ଜଣେ ମୁସଲିମ୍ ମହିଳାଙ୍କୁ ୩ଥର ତଲାକ କହି ଛାଡପତ୍ର ଦେବାକୁ ଏକ ଅପରାଧ ବୋଲି କୁହାଯାଉଛି। ତେବେ ବିଲକୁ ବିପକ୍ଷ କଂଗ୍ରେସ ଓ ଜେଡିୟୁ ଦଳ ବିରୋଧ କରିବେ ବୋଲି ଜଣାପଡିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେହେତୁ ଲୋକସଭାରେ ବିଜେପି ସରକାରଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ହେତୁ ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଯାଇଥିଲା । କିନ୍ତୁ ରାଜ୍ୟସଭାରେ ବିରୋଧି ଦଳଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବିଲଟି ପାରିତ ହୋଇପାରିନଥିଲା।

Leave A Reply

Your email address will not be published.