Latest Odisha News

ପାଟ୍ରୋଲିଂ ସମୟରେ ବିପୁଳ ବେଆଇନ ବାଣ ଜବତ କଲା ଜଟଣୀ ପୋଲିସ୍

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଆଜି ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ। ପାଟ୍ରୋଲିଂ ସମୟରେ ଜବତ କରିଛି ଜଟଣୀ ପୋଲିସ ଟିମ୍ ।  ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ, ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ଟାଟା ଏସି ଗାଡି ଡାଲାରୁ ବିପୁଳ ପରିମାଣର ବେଆଇନ ବାଣ ଖଲାସ କରାଯାଉଥିବା ଦେଖିବାକୁ ମିଳିଥିଲା । ପରେ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ଚଢାଉ କରି ଦୁର୍ଯ୍ୟୋଧନ ସାହୁ ଓ ସନ୍ତୋଷ ଗୁରୁଙ୍କୁ କାବୁ କରିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ମାନେ, ଉକ୍ତ ବାଣ ରଖିବା  କିମ୍ବା ବ୍ୟବସାୟ ନେଇ ପାଖରେ କୌଣସି ସ୍ଵିକୃତୀପତ୍ର ନଥିବା ସ୍ଵୀକାର କରିଥିଲେ । ଜଟଣୀ ଥାନା ପୋଲିସ  ଏହି ଘଟଣାରେ ମାମଲା ରୁଜୁ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.