ଜଗତସିଂହପୁର:ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୫ ଦିନରେ ୪୦ରୁ ଊର୍ଦ୍ଧ୍ବ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ରହିଛି।
ଦୂଷିତ ପାଣି ଯୋଗୁଁ ଜଣ୍ଡିସ୍ ବ୍ୟାପୁଥିବା ଆଶଙ୍କା କରାଯାଇଛି ।
ତେବେ ପାଣି ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟ ବିଭାଗ ଟିମ୍ । ଏଥିସହ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପରାରିବୁଝିଛି ।
Comments are closed.