ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ପ୍ରିନ୍ସିପାଲ କବିତା କରଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ଭାଇସ୍ ପ୍ରିନ୍ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି । ନିଲମ୍ବିତ ପ୍ରିନ୍ସପାଲ୍ ଶ୍ରୀମତୀ କରଙ୍କୁ ଭୋପାଳ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।
ଏନେଇ ନବୋଦୟ ବିଦ୍ୟାଳୟ ସମିତି କର୍ତୃପକ୍ଷ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ତେବେ ନିକଟରେ ପ୍ରାୟ ୯୦ରୁ ଅଧିକ ବିଦ୍ୟାର୍ଥୀ, ସ୍କୁଲ୍ କର୍ମଚାରୀ ଜଣ୍ଡିସ୍ କବଳରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣ ବଢ଼ିବା ହେବା କାରଣରୁ ସ୍କୁଲ୍ କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
ବିଦ୍ୟାଳୟ କର୍ତୃପକ୍ଷଙ୍କର ଘୋର ଅବହେଳା କାରଣରୁ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପକ ରୂପ ନେଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, କଥା ଖୋର୍ଦ୍ଧାରୁ ଦିଲ୍ଲୀ ଯାଏ ଯାଇଥିଲା। ଦିଲ୍ଲୀ ଟିମ୍, ଭୋପାଳ ଟିମ୍ ଆସି କ୍ୟାମ୍ପସ୍ ପରିସ୍ଥିତି ଯାଞ୍ଚ କରିବାକୁ ବାଧ୍ୟ ହୋଇଥିଲେ ।