ନୂଆଦିଲ୍ଲୀ: ବଲିଉଡ୍ର ଲୋକପ୍ରିୟ ଗୀତିକାର ଜାଭେଦ୍ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ସହ ତାଲିବାନର ତୁଳନାକୁ ନେଇ ଗୀତିକାର ତଥା ଲେଖକ ଜାଭେଦ ଅଖତର ଅଡୁଆ ବଢିଛି।
ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ତାଙ୍କ ଉପରେ ଭୀଷଣ ବର୍ଷିଛି। ବିଜେପି ଦାବି କରିଛି ଯେ ଜାଭେଦ ଅଖତର ଏଭଳି ଭୁଲ୍ ପାଇଁ କ୍ଷମା ମାଗିବା ଉଚିତ। ବିଜେପି ନେତା ରାମ କଦମ କହିଛନ୍ତି ଯେ ଆରଏସଏସ ଏବଂ ବିଏଚପି ତାଲିବାନ ସହ ତୁଳନା କରି ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗିବା ଉଚିତ ନଚେତ୍ ତାଙ୍କ ଚଳଚ୍ଚିତ୍ର ଦେଶରେ ପ୍ରଦର୍ଶିତ ହେବ ନାହିଁ।
ନିକଟରେ ଏକ ନ୍ୟୁଜ୍ ପୋର୍ଟାଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଜାଭେଦ୍ ଅଖତର କହିଛନ୍ତି ଯେ ତାଲିବାନ ବର୍ବର, ସେମାନଙ୍କର କାର୍ଯ୍ୟକଳାପ ନିନ୍ଦନୀୟ, କିନ୍ତୁ ଆରଏସଏସ, ବିଏଚପି ଏବଂ ବଜରଙ୍ଗ ଦଳକୁ ସମର୍ଥନ କରୁଥିବା ସମସ୍ତେ ସମାନ। ଜାଭେଦ ଅଖତରଙ୍କ ଏହି ମନ୍ତବ୍ୟ ପରେ ବିଜେପି ତାଙ୍କ ଉପରେ ବର୍ଷିଛି। ଆଉ କହିଛି ଯଦି ଆର୍ଏସ୍ଏସ୍ ତାଲିବାନ ଭଳି ହୋଇଥାନ୍ତା ତେବେ ତାଙ୍କୁ ଏଭଳି ମନ୍ତବ୍ୟ ଦେବାକୁ ଅନୁମତି ବି ମିଳିନଥାନ୍ତା।
Comments are closed.