ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିଲେ ମଧ୍ୟ ନୀରଜ ଏବେ ଲୁସାନେ ଡାଇମଣ୍ଡ ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲୁସାନେରେ ପ୍ରଭାବୀ ପ୍ରଦର୍ଶନ କରି ସେ ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିବାକୁ ଚାହିଁବେ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଏଥର ପାକିସ୍ତାନର ଅର୍ଶାଦ ନଦୀମ ତାଙ୍କୁ ପଛରେ ପକାଇ ଦେଇଥିଲେ । ଡାଇମଣ୍ଡ ଲିଗର ଫାଇନାଲ ସେପ୍ଟମ୍ବର ୧୪ରେ ବ୍ରୁସେଲ୍ସରେ ହେବ ।
ଫାଇନାଲରେ ପ୍ରବେଶ କରିବା ପାଇଁ ନୀରଜଙ୍କୁ ପ୍ରଥମ ୬ଜଣଙ୍କ ମଧ୍ୟରେ ରହିବାକୁ ହେବ । ଏବେ ସେ ଓଭରାଲ ୪ର୍ଥ ସ୍ଥାନରେ ରହିଛନ୍ତି । ସେପ୍ଟମ୍ବର ୫ରେ ଜ୍ୟୁରିକରେ ଆଉ ଏକ ଡାଇମଣ୍ଡ ଲିଗ ଆୟୋଜିତ ହେବ । ପ୍ୟାରିସ ଗେମ୍ସରେ ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ୫ଜଣ ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି ।
Comments are closed.