ମୁମ୍ବାଇ: ଫିଲ୍ମ ଜୱାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ପ୍ରଶଂସକମାନେ ଶାହରୁଖଙ୍କ ଏହି ଫିଲ୍ମ ‘ଜୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମକୁ ନେଇ ଶାହାରୁଖ ଏବେ ପୁରା ବ୍ୟସ୍ତ ଅଛନ୍ତି । ଏହାର ଆଡ଼ଭାନ୍ସ ବୁକିଂ ବିଦେଶରେ ଆରମ୍ଭ ହୋଇସାରିଥିବା ବେଳେ ଏବେ ଭାରତରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଏନେଇ ଶାହାରୁଖ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ନିକଟରେ ଫିଲ୍ମର ନିର୍ମାତା କିଛି ସମୟ ଲାଗି ବମ୍ବେର କିଛି ଥିଏଟରରେ ବୁକିଂ ଆରମ୍ଭ କରିଥିଲେ । ହେଲେ କିଛି ମିନିଟ୍ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ସେହିପରି ଥାଣେ ସିନେପୋଲିସ୍ରେ ଜୱାନର ଟିକେଟ ଦାମ ୧୧୦୦ ଟଙ୍କା ରଖାଯାଇଥିଲା । ଏହା ମଧ୍ୟ ବିକ୍ରି ହୋଇଯାଇଥିଲା । ଦର୍ଶକଙ୍କ ଉତ୍କଣ୍ଠା ଦେଖି ଫିଲ୍ମଟି ପଠାନଠାରୁ ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରୁଛି । ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତିତ ନୟନତାରା, ସାନ୍ୟା ମଲହୋତ୍ରା, ବିଜୟ ସେତୁପତି ପ୍ରମୁଖ ଭୂମିକାରେ ନଜର ଆସିବେ ।
Comments are closed.