Latest Odisha News

BREAKING NEWS

ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି ।

ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ସୁରେଶ ଉକ୍ତ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ । ତାଙ୍କୁ ବିବାହ କରିବା ଲାଗି ବାରମ୍ବାର ପ୍ରସ୍ତାବ ଦେଉଥିଲେ । ତେବେ ନାବାଳିକା ଜଣକ ଏଥିରେ ଅରାଜିହେବାରୁ ଅଭିଯୁକ୍ତ ଜଣକ ତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଏସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରିଥିଲେ ବୋଲି ଜଣାପଡିଛି ।

ତେବେ ଏନେଇ ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.