Latest Odisha News

୩ଦିନରେ ୩୫୦କୋଟି ବ୍ୟବସାୟ କରି ରେକର୍ଡ କଲା ‘ଯବାନ’

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍ ହେବାର ୩ଦିନରେ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । ରିଲିଜର ୩ଦିନ ମଧ୍ୟରେ ଫିଲ୍ମ ୩୫୦କୋଟି ଟଙ୍କା ବ୍ୟବସାୟ କରିସାରିଛି ।

୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଛି । ହେଲେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଣିଜ୍ୟ ବିଶେଷଜ୍ଞ ମନୋବାଳା ଭିଙ୍କ ଅନୁଯାୟୀ ‘ଯବାନ’ ସାରା ବିଶ୍ୱରେ ୩୫୦କୋଟି ଟଙ୍କା ସଂଗ୍ରହ କରିଛି । ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ୭୩.୭୬କୋଟି, ତାମିଲରେ ୫.୩୪କୋଟି ଏବଂ ତେଲୁଗୁ ଭାଷାରେ ୩.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାଫଳରେ ଭାରତରେ ଫିଲ୍ମଟି ୮୨.୮୪ କୋଟି ଟଙ୍କା ସଂଗ୍ରହ କରିଛି ।

Comments are closed.