Latest Odisha News

ଜୱାନକୁ ମିଳିଲା ୟୁ/ଏ ସାର୍ଟିଫିକେଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଜୱାନକୁ ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବୁଧବାର ସିବିଏଫସି ଏହାକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛି । ଏହାର ମାନେ ସମସ୍ତ ବୟସ ଗ୍ରୁପ ଏହାକୁ ଦେଖିପାରିବେ । ତେବେ ସିବିଏଫସି ଏଥିରେ ୭ଟି ପରିବର୍ତନ କରିବାକୁ କହିଥିଲା । ଯାହାକୁ ଜୱାନ ମେକର୍ସ ମାନି ନେଇଛନ୍ତି । ଶାହାରୁଖ ଓ ନୟନତାରାଙ୍କ ଏହି ଫିଲ୍ମକୁ ଦକ୍ଷିଣ ଭାରତର ସଫଳ ନିର୍ଦ୍ଦେଶକ ଅଟଲୀ କୁମାର ନିର୍ଦ୍ଦେଶନା ଦେଇଛନ୍ତି । ବିଜୟ ସେତୁପତିଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ପଠାନ ଫିଲ୍ମରେ ବେଶରମ ରଙ୍ଗ ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ମେକର୍ସଙ୍କୁ ୧୨ କଟ ଲଗାଇବାକୁ ପଡିଥିଲା । ପଠାନ ସାରା ବିଶ୍ୱରେ ୧୦୫୦ କୋଟି ଟଙ୍କାର ବ୍ୟବସାୟ କରିଛି ।

Comments are closed.