Latest Odisha News

ଯବାନଙ୍କୁ ଭରଷା ବର୍ଷା ପାଣି

କାଂକେର: ଯବାନଙ୍କୁ ଭରଷା ବର୍ଷା ପାଣି | ଅପରେଶନ ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯବାନ | ଯାହାର କିଛି କରୁଣା ଚିତ୍ର ଏବେ ସାମ୍ନାକୁ ଆସିଛି | ପୁରା ଦେଶ ପାଇଁ ଯେ ଦିନ ରାତି ଲଢ଼ୁଛନ୍ତି ତାଙ୍କ ସହର ସାଜିଛି ବର୍ଷା ପାଣି | ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ପିଉଛନ୍ତି |

ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ହତାବକ କରିଦେଇଛି | ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଈ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ କରୁଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କେମିତି ତଲାସିରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କ ମୃତଦେହ କାନ୍ଧେଇ କାନ୍ଧେଇ ନଈ ନାଳ ଅତିକ୍ରମ କରୁଛନ୍ତି ଯବାନ। ଖାଲିସେତିକି ନୁହେଁ ଅପରେଶନ ସମୟରେ ଯେତେବେଳେ ପିଇବା ପାଣି ମୁନ୍ଦାଏ ନ ଥାଏ, ସେତିକି ବେଳେ ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ଯବାନମାନେ ସେଇ ପାଣି ବୋତଲରେ ଭର୍ତ୍ତିକରି ପିିଉଛନ୍ତି। ଯାହାର ଚିତ୍ର ସାମ୍ନାକୁ ସମସ୍ତଙ୍କୁ ହତାବକ କରିଦେଇଛି |

ମଙ୍ଗଳବାର ଛତିଶଗଡ କାଂକେର ଜିଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଙ୍ଗଲରେ ଡିଆର୍‌ଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଓ ଗୁଳି ବନ୍ଧୁକ ଜବତ ହୋଇଥିଲା। ସେହି ସମୟରେ ଏହିପରି କିଛି ଚିତ୍ର ସାମନାକୁ ଆସିଛି।

Comments are closed.