Latest Odisha News

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି ।

ନାରାୟଣପୁର ଜିଲ୍ଲା ଛଟେଡଙ୍ଗର ଥାନାରେ ମୃତୟନ ୪୫ ବାଟାଲିୟନର ଆଇଟିବିପି ଯବାନ ଆଜି ସକାଳ ୧୦ଟାରେ ଆମଦାଇ ଘାଟିରେ ପାଟ୍ରୋଲିଂ ପାଇଁ ଯାଇଥିଲେ । ଏହି ରାସ୍ତା ଦେଇ ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପ ଓ ସହକର୍ମୀ ଯିବାର ଥିଲା । ବିଧାୟକଙ୍କ ଗାଡି ଘାଟି ରାସ୍ତାରେ ପହଁଚିବା ମାତ୍ରେ ଗୁଳି ଚଳାଇଥିଲେ ମାଓବାଦୀ । ଏହାର ପାଲଟା ଜବାବ ଦେଇଥିଲେ ଆଇଟିବିପି ଯବାନ ।

ବିଧାୟକ ସମ୍ପୂର୍ଣ ସୁରକ୍ଷିତ ଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ତାଙ୍କ ନା ଶିଭ କୁମାର ମୀନା । ଗୁଳି ବିନିମୟ ପରେ ବିଧାୟକ ପୁଣି ଥରେ ନାରାୟଣପୁର ଫେରି ଆସିଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ଜୋରଦାର ହୋଇଛି କମ୍ବିଂ ଅପରେସନ୍ ।

Leave A Reply

Your email address will not be published.