Latest Odisha News

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଶାହାରୁଖଙ୍କ ‘ଯବାନ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । କିନ୍ତୁ କିଛି ପ୍ରଶଂସକ ଫିଲ୍ମର ଓଟିଟି ରିଲିଜକୁ ଅପେକ୍ଷା କରିଛନ୍ତି ଯାହା ଦ୍ୱାରା ସେମାନେ କିଙ୍ଗ ଖାଁଙ୍କ ବ୍ଲକବଷ୍ଟର ଫିଲ୍ମ ଘରେ ବସି ଦେଖିପାରିବେ ।

ରିଲିଜ ହେବାର କିଛି ମାସ ପରେ ଯବାନର ଓଟିଟି ରାଇଟ୍ସ କିଣିବାରେ ନେଟଫ୍ଲିକ୍ସ ଆଗରେ ରହିଛି । ଯଦିଓ ଏହା ସରକାରୀ ନୁହେଁ । ଅନେକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାଟେଲାଇଟ ରାଇଟ୍ସ ୨୫୦କୋଟିରେ ବିକ୍ରି ହୋଇଛି, ଯେଉଁଥିରେ ଏହାର ଡିଜିଟାଲ ରାଇଟ୍ସ, ସାଟେଲାଇଟ ଆଣ୍ଡ ମ୍ୟୁଜିକ ରାଇଟ୍ସ ମଧ୍ୟ ରହିଛି । ମୁଭିଟି ରିଲିଜ ହେବାର ୪୫ ରୁ ୬୦ ଦିନ ପରେ ଓଟିଟି ପ୍ଲାଟଫର୍ମରେ ପ୍ରିମିୟର ହେବାର ସମ୍ଭାବନା ଅଛି, ଯାହା ଅକ୍ଟୋବର ଶେଷ ସୁଦ୍ଧା ହୋଇପାରେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା ।

ଫିଲ୍ମ ଯବାନରେ ଶାହାରୁଖଙ୍କ ବ୍ୟତୀତ ନୟନତାରା ଏବଂ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଦେଶରେ ଏହା ବିଭିନ୍ନ ଭାଷାରେ ରିଲିଜ ହୋଇଥିବା ବେଳେ ଗୋଟିଏ ଦିନରେ ଶାହାରୁଖଙ୍କ ଏହି ମୁଭି ‘ଯବାନ’ ଏକାଥରେ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି ।

Comments are closed.