Latest Odisha News

BREAKING NEWS

ନବଜାତ ସନ୍ତାନକୁ ଦେଖିବାକୁ ଘରକୁ ଆସୁଥିଲେ ଯବାନ, ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର:  ମାଁ ମଶାଣୀରେ ଜଳୁଛି ଜୁଇ । ଏ ଜୁଇର ଲେଲିହାନ ନିଆଁ ଖାଲି ଜଣେ ସହୀଦ ଯବାନଙ୍କ ଶରୀରକୁ ଜାଳି ଦେଉନି, ଏ ଜୁଇରେ ଜଳି ଯାଉଛି ବୃଦ୍ଧ ମା’ର ମମତା, କୁନି ପୁଅଟିର ଆଶା ଓ ଭରସା,  ଜଳି ଯାଉଛି ପ୍ରାଣ ଦେଇ ଭଲ ପାଉଥିବା ପତ୍ନୀର ଆଶ୍ୱାସନା, ଅପେକ୍ଷା । ଛାତି ପିଟ କାନ୍ଦୁଛି ମା’.. କୁଆଡେ ଗଲା ମୋ ପୁଅ ବୋଲି କହି ବିକଳ ହେଉଛି । ପ୍ରାଣପ୍ରିୟା ପତ୍ନୀ ଯାହାର ଆସିବା ବାଟକୁ ଅପେକ୍ଷା କରି ଯନ୍ତ୍ରଣାକୁ ପିଇ ଯାଉଥିଲା..ସେ ଅପେକ୍ଷା ତାର ଆଜି ଶେଷ ହୋଇ ଯାଇଛି ।  କୁନି ପୁଅଟି ମଥାରୁ ସବୁଦିନ ପାଇଁ ହଟିଯାଇଛି ବାପାର ହାତ  ।

ସହିଦଙ୍କ ବିୟୋଗରେ କାନ୍ଦୁଛି ସାରା ଗାଁ ।   ଏହି କେଇ ଦିନ ତଳେ ଜାନୁଆରୀ 26 ପେରଡ଼ରେ ସାମିଲ ହୋଇଥିଲେ । ହେଲେ ଆଜି ଆଉ ନାହାନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଜଗମୋହନ ଗ୍ରାମରେ  ଯବାନ ସୌଦାଗର ବିଶ୍ୱାଳ।  ଦେଢ଼ ମାସର  ପୁଅକୁ ଦେଖିବା ପାଇଁ ନିଜ ଗାଁ ଜଗମୋହନ କୁ ଫେରୁଥିଲେ ସୌଦାଗର । କିନ୍ତୁ ସେ ସ୍ୱପ୍ନ ସବୁ ତାଙ୍କରି ଅଧୁରା ରହିଗଲା । ଟ୍ରେନ ଯାତ୍ରା ବେଳେ ଛତିଶଗଡ଼ର ଦନ୍ତେୱାଡା ଠାରେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ଘଟିଛି। ସେ ଗାଁକୁ ଫେରିଲେ ସତ, କିନ୍ତୁ ଶବ ହୋଇ  ।

ଗାଁର ରଘୁନାଥ ବିଶ୍ୱାଳଙ୍କ ସାନ ପୁଅ ସୌଦାଗର ବିଶ୍ୱାଳ। ୨୦୧୩ ରେ ସେ   ରେଳ ବିଭାଗର ସ୍ୱତନ୍ତ୍ର ସୁରକ୍ଷା ଫୋର୍ସର  କନେଷ୍ଟବଳ ଭାବେ କାମ କରୁଥିଲେ। ସେ ବର୍ତ୍ତମାନ ଛତିଶଗଡ଼ କାମରୁଲରେ କାଯ୍ୟରତ ଥିଲେ ।  ଗତ ୨୭ ତାରିଖରେ ସେ ଗ୍ରାମକୁ ଆସିବା ପାଇଁ  ଟ୍ରେନରେ ବସିଥିଲେ । ହେଲେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଯେମିତି ଫୁରସତ ଦେଲାନି ଯମ ।  ଦନ୍ତେବାଡା ଷ୍ଟେସନରେ ଟ୍ରେନ ଉପରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ନିକଟରେ ଥିବା ଗିଦମ ହସ୍ପିଟାଲକୁ ନିଆ ଯାଇଥିଲା ।    ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡକ୍ଟର ଘୋଷଣା କରିଥିଲେ।

ସୌଦାଗରଙ୍କ ବାପା ରଘୁନାଥ ପୂର୍ବରୁ ଦେହାନ୍ତ ହୋଇ ସାରିଛି। ବିଧବା ମା , ସ୍ତ୍ରୀ ଓ ଦେଢ଼ ମାସର ପୁତ୍ର ସନ୍ତାନଙ୍କୁ ନେଇ ତାଙ୍କ ଛୋଟ ପରିବାର। ସୌଦାଗରଙ୍କ  ମୃତ୍ୟୁରେ ନିଷ୍ପପ ଶିଶୁ ବାପାକୁ ହାଇଛି। ସ୍ତ୍ରୀ ଅସହାୟ ହୋଇଛି , ମା ର କୋଳ ଶୂନ୍ୟ ପାଲଟିଛ। ପରିବାରର ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଛି। ଅନ୍ୟପଟେ ସୌଦାଗର ଗ୍ରାମର ଜଣେ ମିଷ୍ଟଭାସି, ମେଳାପୀ ହୋଇଥିବାରୁ ଝୁରୁଛନ୍ତି ଏବେ ଗ୍ରାମବାସୀ।

 

Leave A Reply

Your email address will not be published.