Latest Odisha News

BREAKING NEWS

ଆସିଲା ‘ଓଲେ ଓଲେ ୨.୦: ପାର୍ଟିି ମୁଡ୍‌ରେ ସୈଫ୍‌

ମୁମ୍ବାଇ: ରିଲିଜ ହୋଇଛି ଆଗାମୀ ଫିଲ୍ମ ଜୱାନୀ ଜାନେମନର ପାର୍ଟି ଗୀତ । ଗୀତରେ ସୈଫ୍ ଅଲ୍ଲି ଖାନ୍ ତାଙ୍କ ସିଗ୍ନେଚର ସଙ୍ଗ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିଛନ୍ତି । ଏହି ଗୀତରେ ସୈଫ୍‌ଙ୍କୁ ପୁରାପୁରି ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଛି ।

ଏହି ଗୀତକୁ ଅମିତ ମିଶ୍ର ଗାଇଥିବା ବେଳେ ତନିସ୍କ ବାଗଚୀ ମ୍ୟୁଜିକ ଦେଇଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ସବିର ଅହମ୍ମଦ । ୧୯୯୪ରେ ସୈଫ ଅଲ୍ଲି ଖାନ୍‌ଙ୍କ ଫିଲ୍ମ ‘ୟେ ଦିଲ୍ ଲଗି’ ଟାଇଟଲ ଗୀତ ଓଲେ ଓଲେକୁ ରିମିକ୍ସ କରାଯାଇଛି ।

ନୀତିନ କକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ‘ଜୱାନୀ ଜାନେମନ’ ଫିଲ୍ମ ଜରିଆରେ ପୂଜା ବେଦୀଙ୍କ ଝିଅ ଆଲିଆ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମର ଲିଡ୍ ରୋଲ୍‌ରେ ସୈଫ ଅଲ୍ଲି ଖାନ୍ ଓ ତବୁ ଅଛନ୍ତି । ଅଲିଆ ସୈଫ୍ ଓ ତବୁଙ୍କ ଝିଅ ଭୂମିକାରେ ନଜର ଆସିବେ । ଫିଲ୍ମଟି ଜାନୁଆରୀ ୩୧ରେ ରିଲିଜ ହେବ ।

Leave A Reply

Your email address will not be published.