Latest Odisha News

BREAKING NEWS

ଭାରତୀୟ ସେନା ପକ୍ଷରୁ ‘ଜଜ୍ ଆଡଭୋକେଟ’ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୮ଟି ଖାଲି ପଡିଥିବା ଜଜ୍ ଆଡଭୋକେଟ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆବେଦନକାରୀ ଆସନ୍ତା ଫେବୃଆରୀ ୧୩ରୁ ସେନାର ଅଫିସିଆଲ ୱେବ୍ ସାଇଟ joininindianarmy.nic.in ରେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

– ଇଚ୍ଛୁକ ଆବେଦନକାରୀ ଆଇନ୍‌ରେ ସ୍ନାତକ ଡିଗ୍ରୀ ଓ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏଥିସହ କାଉନସିଲ୍‌ରେ ଓକିଲ ଭାବେ ରେଜିଷ୍ଟର କରିବା ପାଇଁ ଯୋଗ୍ୟତା ରଖିଥିବା ଆବଶ୍ୟକ ।

ବୟସସୀମା:

-ଆବେଦନକାରୀଙ୍କ ବୟସ ୨୧ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ । ଏହି ବୟସ ୧ ଜୁଲାଇରୁ ୨୦୨୦ ମଧ୍ୟରେ ଗଣନା କରାଯିବ । ଏଥିସହ ଆବେଦନକାରୀ ଅବିବାହିତ ହେବା ଆବଶ୍ୟକ ।

କିଭଳି ହେବ ଚୟନ:

-ଏହି ପଦବୀ ପାଇଁ ମେରିଟ୍ ଆଧାରରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ଟ୍ରେନିଂ ଆକାଡେମୀରେ ୪୯ ସପ୍ତାହ ପ୍ରଶିକ୍ଷଣ ଦିଆଯିବ ।
-ପ୍ରଶିକ୍ଷଣ ପରେ ପ୍ରାର୍ଥୀଙ୍କୁ ଡିଫେନ୍ସ ମ୍ୟାନେଜମେଂଟ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଦିଆଯିବ ।
-ଏହାପରେ ପ୍ରାର୍ଥୀଙ୍କୁ ୬ ମାସ ପାଇଁ ପ୍ରୋବେସନ୍ ପରିଅଡରେ ରଖାଯିବ ।

Leave A Reply

Your email address will not be published.