Latest Odisha News

BREAKING NEWS

ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଜାପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନକ୍ସଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି।

ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପରେସନ୍ ପାଇଁ ଯାଇଥିବା ଯବାନଙ୍କ ଗାଡ଼ି ଆଜି ଅପରାହ୍ନରେ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ କୌଣସି ଯବାନଙ୍କର କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କମଳଲୋଚନ ଲାସ୍ୟପ ।

Comments are closed.