Latest Odisha News

BREAKING NEWS

ବିଜ୍ଞାନ ଖେଳ : ରଙ୍ଗରୁ ରଙ୍ଗ ଅଲଗା କର

ଆମ ଚାରିପାଖରେ ଭଳିକି ଭଲି ରଙ୍ଗ । ପୁଣି କଲର ବକ୍ସରେ ବି କେତେପ୍ରକାର ରଙ୍ଗ । ଏସବୁ ରଙ୍ଗକୁ ମିଶାଇ ଆମେ ଅନେକ ପ୍ରକାର ଚିତ୍ର କରୁ । ପୁଣି କଲର୍ ବକ୍ସରେ ଯେଉଁ ରଙ୍ଗ ନଥାଏ , ସେହି ରଙ୍ଗ ପାଇବା ଲାଗି ଆମେ ଦୁଇ ବା ତିନି ପ୍ରକାର ରଙ୍ଗ ମିଶାଏ । ପ୍ରକୃତି ବି ଠିକ୍ ସେମିତି କରିଥାଏ ।

ଇନ୍ଦ୍ରଧନୁର ସପ୍ତରଙ୍ଗ ଭିତରେ ସବୁ ରଙ୍ଗ ସଜାଇ ହୋଇ ରହିଥାଏ- ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଏବଂ ଲାଲ । ପୁଣି ଏଭିତରୁ କେବଳ ନାଲି, ନୀଳ ଏବଂ ହଳଦିଆ ରଙ୍ଗକୁ ଆମେ କହେ ପ୍ରାଇମେରୀ କଲର୍‌୍ ବା ପ୍ରାଥମିକ ରଙ୍ଗ । କାରଣ ଏହି ତିନି ରଙ୍ଗକୁ ମିଶାଇ ବାକି ଆଉ ସବୁ ରଙ୍ଗ ତିଆରି କରିହେବ । ଯେମିତି ନାଲି ଏବଂ ହଲଦିଆ ମିଶାଇ କମଳା ରଙ୍ଗ, ନୀଳ ଏବଂ ହଳଦିଆ ମିଶାଇ ସବୁଜ ରଙ୍ଗ, ନାଲି ଏବଂ ନୀଳ ରଙ୍ଗ ମିଶାଇ ବାଇଗଣୀ ରଙ୍ଗ । ଏସବୁ ରଙ୍ଗର ଭାଗ ମାପ ଟିକିଏ ଟିକିଏ ଅଲଗା ହେଲେ ଆହୁରି ଭିନ୍ନ ଭିନ୍ନ ପ୍ରକାର ରଙ୍ଗ ମିଳିବ ।

ଆମେ ଦୁଇ ରଙ୍ଗକୁ ମିଶାଇ ଆଉ ଏତ ରଙ୍ଗ ତିଆରି କରେ । ଏବେ ଆମେ ରଙ୍ଗକୁ ଅଲଗା ଅଲଗା କରିବା । ଉଦାହରଣ ଭାବରେ ଆମେ ସବୁଜ ରଙ୍ଗକୁ ନେବା ଆଉ ଏଥିରେ କେଉଁ କେଉଁ ରଙ୍ଗ ମିଶିଛି ତାହା ପରୀକ୍ଷା କରି ଦେଖିବା ।

ପରୀକ୍ଷା କରିବା

ଏଥିପାଇଁ ଦରକାର ଚକ୍ ଖଡି, ସ୍କେଚ୍ ପେନ୍‌, ଛୋଟ ଥାଳିଆ ଏବଂ ପାଣି

୧-ଗୋଟିଏ ଚକ୍ ଖଡି ନିଅ । ଏହାର ତଳ ଆଡୁ ଦୁଇ ଆଙ୍ଗୁଳ ଛାଡି ସବୁଜ ସ୍କେଚ୍ ପେନ୍ ର ଦାଗ ଦିଅ । ଆଉ ଗୋଟିକରେ କଳା ସ୍କେଚ୍ ପେନର ଦାଗ ଦିଅ ।

୨-ଚଟକା ଥାଳିଆ କି ଡବା ଖୋଳରେ ଅଳ୍ପ ପାଣି ନିଅ । ଏ ଭିତରେ ଚକ ଖଡି ରଖ, ଯେମିତି ପାଣି ଉପରରୁ ସ୍କେଚ ପେନ୍ ଦାଗ ରହିବ ।

୩-କିଛି ସମୟ ଅପେକ୍ଷା କର । ଚକ୍ ଖଡି ଭିଜି ସ୍କେଚ୍ ପେନ୍ ଦାଗ ଯାଏଁ ପାଣି ପହଂଚିବା ସହ ଭିନ୍ନ ଭିନ୍ନ ରଙ୍ଗର ପଟି ସୃଷ୍ଟି ହୋଇ ଯାଉଛି ।

ସବୁଜ ରଙ୍ଗର କାଳିରୁ ହଳଦିଆ ଏବଂ ନୀଳ ରଙ୍ଗ ବାହାରି ଆସୁଛି । ଠିକ ସେହିପରି କଳା କାଳି ଭିତରୁ ନାଲି ଓ ନୀଳ ରଙ୍ଗ ବାହାରି ଆସୁଛି । ଭିନ୍ନ ଭିନ୍ନ ରଙ୍ଗର ସ୍କେଚ୍ ପେନ୍ ବ୍ୟବହାର କରି ପରୀକ୍ଷା କରି ପାରିବ । ଗୋଟିଏ ରଙ୍ଗରେ ମିଶିଥିବା ଆଉ ଗୋଟିଏ ରଙ୍ଗକୁ ଅଲଗା କରିପାରିବ ।

Leave A Reply

Your email address will not be published.