Latest Odisha News

BREAKING NEWS

ମାଓ ଆକ୍ରମଣ ଯୋଜନା ପଣ୍ଡ ,ଲ୍ୟାଣ୍ଡମାଇନ ଜବତ କଲେ ସୁରକ୍ଷା କର୍ମୀ

ମାଲାକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଠାବ ହେଲା ଲ୍ୟାଣ୍ଡମାଇନ । ଅଳ୍ପକେ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ୧୦ କିଲୋର ଲ୍ୟାଣ୍ଡ ମାଇନ ଠାବ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ରଖିଥିବା ଅନୁମାନ କରାଯାଉଛି ।

ମାଲାକାନଗିରି କରିଗୁଡେମ ଗାଁରେ ରାସ୍ତା ନିର୍ମାଣ କାମ ଚାଲିଥିଲା ।ହେଲେ ସିଆରପିଏଫର ଯବାନ ମାନେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଯାଞ୍ଚ କରିଥିଲେ । ସେଠାରେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ଦେଖିଥିଲେ ।ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed, but trackbacks and pingbacks are open.