Latest Odisha News

BREAKING NEWS

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ଏଥିରେ ଆଲିଆ ଇଶା ଭୂମିକାରେ ନଜର ଆସିବେ । ଫାଷ୍ଟ ଲୁକରେ ଆଲିଆ ଆଟ୍ରାକଟିଭ୍ ଲାଗୁଛନ୍ତି ।

ଟିଜରରେ ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସୁଛନ୍ତ ଆଲିୟା । କେତେବେଳେ ସିରିୟସ ତ କେବେ ଚୁଲବୁଲି ନଜର ଦେଉଛନ୍ତି । ସୋସିଆଲ୍ ମିଡିଆରେ ବ୍ରହ୍ମାସ୍ତ୍ରର ଫାଷ୍ଟ ଲୁକ୍ ସେୟାର କରି ଆଲିୟା ଲେଖିଛନ୍ତି, ହାପି ବର୍ଥ ଡେ ଟୁ ମି । ଆପଣମାନଙ୍କୁ ଇଶାକୁ ଭେଟିବା ପାଇଁ ଆଜିଠାରୁ ଭଲ ଦିନ ଓ ଉପାୟ ଆଉ କିଛି ହୋଇ ନପାରେ ।

 

View this post on Instagram

 

A post shared by Alia Bhatt ?☀️ (@aliaabhatt)

ଫିଲ୍ମ ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅୟାନ୍ ମୁଖାର୍ଜୀ । ସେ ବି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରି ଆଲିୟାଙ୍କୁ ବର୍ଥ ଡେ ଗିଫ୍ଟ ଦେଇଛନ୍ତି । ସେହିପରି କରଣ ଜୋହର ବି ବ୍ରହ୍ମାସ୍ତ୍ରର ପୋଷ୍ଟର ସେୟାର କରି ଆଲିୟାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ଆଲିୟା ଓ ରଣବୀର ଅଭିନୀତ ବ୍ରହ୍ମାସ୍ତ୍ର ଚଳିତବର୍ଷ ସେପ୍ଟେମ୍ବର ମାସରେ ରିଲିଜ ହେବ । ସେପ୍ଟେମ୍ବର ୯ ତାରିଖରେ ମୁକ୍ତିଲାଭ ପାଇଁ ତାରିଖ ଧାର୍ୟ୍ୟ ହୋଇଛି । ଏହାର ପ୍ରଯୋଜନା କରିଛନ୍ତି କରଣ ଜୋହର । ଏହି ଫିଲ୍ମ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ ଓ ମାଲାୟାଲମ୍ ଭାଷାରେ ରିଲିଜ ହେବ ।

 

View this post on Instagram

 

A post shared by Alia Bhatt ?☀️ (@aliaabhatt)

Comments are closed, but trackbacks and pingbacks are open.