Latest Odisha News

BREAKING NEWS

ଠେଲି କରି ଟ୍ରେନ ଷ୍ଟାର୍ଟ କଲେ ଯବାନ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଗର୍ବ ବି କରିବେ । ଭାରତୀୟ ସେନାର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯବାନମାନେ ଠେଲି ଠେଲି ଏକ ଟ୍ରେନ୍‌କୁ ଷ୍ଟାର୍ଟ କରିଛନ୍ତି । ଏହି ଭିଡିଓକୁ ଲୋକେ ବହୁମାତ୍ରାରେ ପ୍ରସନ୍ଦ ବି କରିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଟ୍ରେନ ଟ୍ରାକରେ ଛିଡା ହୋଇଛି । ଟ୍ରେନ ପାଖରେ ଭାରତୀୟ ସେନା କର୍ମଚାରୀ, କିଛି ଲୋକ ଏବଂ ପୋଲିସ ଲାଇନ୍ କରି ସମସ୍ତେ ଏକାଠି ଟ୍ରେନକୁ ଠେଲୁଥିବାର ନଜର ଆସିଛନ୍ତି । ସେନା କର୍ମଚାରୀମାନେ ଠେଲିବା ମାତ୍ରେ ଟ୍ରେନଟି ଧୀରେ ଧୀରେ ଗଡ଼ିବା ଆରମ୍ଭ କରୁଛି ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ସୈନିକ ଓ ପୋଲିସ କର୍ମଚାରୀମାନଙ୍କ ଏପରି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି । ଆଉ କିଛି ଲୋକ ଜୟ ହିନ୍ଦ ଲେଖି ନିଜର ଖୁସି ବ୍ୟକ୍ତ କରୁଛନ୍ତି ।

ବାସ୍ତବରେ, ଗତ ୭ ତାରିଖରେ ଫାଲକନାମା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ନିଆଁ ଅନ୍ୟ କୋଚକୁ ନ ବ୍ୟାପିବା ପାଇଁ ୩ ଟି କୋଚ୍‌କୁ ଯବାନ, ପୋଲିସ, ରେଳ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଅଲଗା କରିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯବାନ ଓ ପୋଲିସ କର୍ମଚାରୀମାନେ ଟ୍ରେନକୁ ଠେଲି ଠେଲି ଷ୍ଟାର୍ଟ କରି ନ ଥିଲେ ।

Comments are closed.