Latest Odisha News

BREAKING NEWS

Mahhi Vij and Jay Bhanushali: ୧୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ…ଅଲଗା ହେଲେ ଜୟ-ମାହି

ମୁମ୍ବାଇ: ବିବାହର ୧୫ ବର୍ଷ ପରେ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜଣାଶୁଣା ଟେଲିଭିଜନ ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ବିଜ୍  । ଉଭୟ ଅନେକ ଧାରାବାହିକରେ ଏକାଠି କାମ ମଧ୍ୟ କରିଛନ୍ତି । କିଛି ଦିନ ଧରି ସେମାନଙ୍କ ସମ୍ପର୍କରେ ଫାଟ ପଡିଥିବା ନେଇ ଚର୍ଚ୍ଚା ହେଉଥିଲା ।  ଯେଉଁ ଛାଡପତ୍ର ଖବରକୁ ଏବେ ସୋସିଆଲ ମିଡିଆରେ ଜୟ ନିଶ୍ଚିତ କରିଛନ୍ତି । ଦୁହିଁଙ୍କର ଗୋଟିଏ ଝିଅ ଅଛନ୍ତି ତାଙ୍କ ନାମ ତାରା ।ଛାଡ଼ପତ୍ର ଖବର ନିଶ୍ଚିନ୍ତ କରି ଇନଷ୍ଟାଗ୍ରାମ ପୋଷ୍ଟରେ ଜୟ ଲେଖିଛନ୍ତି,”ଆମେ ଜୀବନ ଯାତ୍ରାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । କିନ୍ତୁ ଆମେ ପରସ୍ପରକୁ ସମର୍ଥନ କରିବୁ । ଆମେ ଆମ ପିଲାମାନେ, (ତାରା, ଖୁସି ଏବଂ ରାଜବୀର)ଙ୍କ ପାଇଁ ସର୍ବୋତ୍ତମ ପିତାମାତା ହେବାକୁ ଚେଷ୍ଟା କରିବୁ ଏବଂ ଏକାଠି ଆମେ ସେମାନଙ୍କ ଭବିଷ୍ୟତର ନିଷ୍ପତ୍ତି ନେବୁ । ଯଦିଓ ଆମେ ଅଲଗା ହେଉଛୁ, ଆମ ବିଚ୍ଛେଦରେ କିଛି ସମସ୍ୟା ନାହିଁ ।   କୌଣସି ନକାରାତ୍ମକତା ଆମ ଭିତରେ ନାହିଁ ।  ଆମେ ପୂର୍ବ ପରି ବନ୍ଧୁ ହୋଇ ରହିବୁ ଏବଂ ପରସ୍ପରକୁ ସମ୍ମାନ କରିବୁ। “

ଜୟ ଭାନୁଶାଳୀ ଏବଂ ମାହି ବିଜ୍ ୨୦୧୧ ମସିହାରେ ବିବାହ କରିଥିଲେ । ୨୦୧୭ ମସିହାରେ ସେମାନେ ରାଜବୀର ଏବଂ ଖୁସି ନାମକ ଦୁଇଟି ସନ୍ତାନକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ । ୨୦୧୯ ମସିହାରେ ମାହି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ତାରା । ଏବେ ୧୫ ବର୍ଷର ବିବାହ ପରେ, ଏହି ଦମ୍ପତି ଅଲଗା ହୋଇଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ସହ-ପାଳନ କରିବେ । ମାହି ବିଜ୍ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ କାହାଣୀ ପୋଷ୍ଟ କରିଛନ୍ତି । ତେବେ ଉଭୟ ଅଲଗା ହେବା ପରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇ ରହିବାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.