Latest Odisha News

BREAKING NEWS

ବିଜେପିରେ ମିଶିବେ କି ଜୟ ଢୋଲକିଆ! ଲାଗି ରହିଛି ସସପେନ୍ସ

ଭୁବନେଶ୍ୱର: ଜୟ ଢୋଲକିଆଙ୍କୁ ନେଇ ବଡ଼ ସସପେନ୍ସ । ନୂଆପଡ଼ା ଆସନର ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । ବିଜେଡିରୁ ପ୍ରାର୍ଥୀ ହେବେ ନା ବିଜେପିକୁ ଯିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି।

ସୂଚନା ଅନୁସାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ରହିଥିଲା । କିଛି ଦିନ ପୂର୍ବରୁ ଜୟ ଢୋଲକିଆ କହିଥିଲେ ଯେ , ତାଙ୍କୁ ବିଜେଡି ସୁପ୍ରିମୋଙ୍କ ଠାରୁ ଗ୍ରୀନ ସିଗନାଲ ମିଳିଛି । ସେ ଆଗାମୀ ଉପନିର୍ବାଚନରେ ବିଜେଡିରୁ ହିଁ ପ୍ରାର୍ଥୀ ହେବେ ବୋଲି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଜୟ ଢୋଲକିଆ । ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ କରିଥିଲେ ।

ତେବେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ୪ ଥର ବିଧାୟକ ହୋଇଥିଲେ । ବିଗତ ଦିନରେ ପୁଅ ଜୟଙ୍କୁ ରାଜେନ୍ଦ୍ର ଢୋଲକିଆ ତାଙ୍କ ରାଜନୈତିକ ଉତ୍ତାରାଧିକାରୀ ଭାବେ ପ୍ରୋଜେକ୍ଟ କରି ଆସୁଥିଲେ । ରାଜେନ୍ଦ୍ରଙ୍କ ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା । ଶଙ୍ଖ ଚିହ୍ନ ସହ ନବୀନଙ୍କ ଫଟୋ ରଖି ରାଜେନ୍ଦ୍ର ଢୋଲକିଆ ନିଜ ପୁଅ ଜୟ ଢୋଲକିଆଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏପରିକି ଜୟ ଢୋଲକିଆଙ୍କ ଦେଇଥିବା ଭାଷଣକୁ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରିଥିଲେ ।

Comments are closed.