Latest Odisha News

BREAKING NEWS

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, କଳ୍ପନା ଢୋଲକିଆଙ୍କୁ ଜବାବ ମାଗିଲା ବିଜେଡି… 

ନୂଆପଡ଼ା: ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲାଞ୍ଛନା ଦେଇପାରନ୍ତି ନାହିଁ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି ତାହା ସାରା ରାଜ୍ୟକୁ ଚକିତ କରିଛି ବୋଲି ବିଜେଡ଼ି କହିଛି ।

ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ଦିପାଳୀ ଦାସ ଏବଂ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଏହାକୁ ବିଜେପି ପ୍ରରୋଚିତ ମନ୍ତବ୍ୟ ଆଖ୍ୟା ଦେଇ ତୀବ୍ର ସମାଲୋଚନା କରିଥିଲେ ।

ଟୁକୁନି ସାହୁ କହିଥିଲେ ଯେ, ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଓ ନବୀନ ବାବୁ ଅବହେଳା କରିଥିଲେ ବୋଲି ତାଙ୍କ ପରିବାର ସଦସ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଜୟ ଢୋଲକିଆ ଓ ତାଙ୍କ ମାଆ କଳ୍ପନାଙ୍କ ମନ୍ତବ୍ୟ ବିଜେଡିରେ ଥିବା ମହିଳାମାନଙ୍କୁ ସବୁଠାରୁ ଅଧିକ ମର୍ମାହତ କରିଛି । ନବୀନ ବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତର ଜଣେ ସର୍ବମାନ୍ୟ ନେତା । ରାଜେନ୍ଦ୍ର ଢୋଲକିଆ ୨୪ ବର୍ଷ ଧରି ବିଜେଡିର ଜଣେ ନିଷ୍ଠାପର ଓ ବରିଷ୍ଠ ନେତା ଥିଲେ । ସେଥିପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବା ସହ ଅନେକ ଦାୟିତ୍ୱ ନ୍ୟସ୍ତ କରିଥିଲେ। ତାଙ୍କ ଚିକିତ୍ସା ଓ ମୃତ୍ୟୁ ପରେ ଦଳୀୟ ସୁପ୍ରିମୋ  କିମ୍ୱା ବିଜେଡି ତାଙ୍କ ହାତ ଛାଡ଼ି ନଥିଲେ । ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଜୟ ଦିଲ୍ଲୀ ଯାଇ ବିକ୍ରି ହୋଇଗଲେ । ନବୀନ ବାଙ୍କ ଉପରକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜ ପୁଅର ଏହି ବିଶ୍ୱାସ ଘାତକତା ଉପରେ ଉତ୍ତର ରଖିବା ଆବଶ୍ୟକ ।

ସେହିପରି ବିଧାୟିକା ବର୍ଷା ସିଂ ବରିହା କହିଥିଲେ, ନୂଆପଡାରେ ସମସ୍ତେ ନବୀନଙ୍କୁ ଅପେକ୍ଷା କରିଥିଲେ। ଆଉ ଏବେ ନୂଆପଡାରେ ବିଜେଡି ସପକ୍ଷରେ ମତ ଆହୁରି ମଜବୁତ୍ ହୋଇଛି । ଏଥିରେ ବିଜେପି ଭୟଭୀତ ହୋଇ ନୈତିକତାର ସବୁ ସୀମା ଟପି ଯାଇ ରାଜେନ୍ଦ୍ର ଢୋଲକିଆଙ୍କ ପରିବାର ଲୋକଙ୍କ ମୁହଁରେ ମିଛ କୁହାଉଛନ୍ତି। ନୂଆପଡ଼ାବାସୀ ବିଜେପିର ହୀନ ରାଜନୀତିକୁ କେବେ ବରଦାସ୍ତ କରିବେ ନାହିଁ ।

ପୂର୍ବତନ ବିଧାୟିକା ଦିପାଳୀ ଦାସ କହିଥିଲେ, ଜୟ ଢୋଲକିଆ ଓ ତାଙ୍କ ପରିବାର ପ୍ରଥମେ ନିଜ ପିତାଙ୍କ ଘନିଷ୍ଠ ସହଯୋଗୀ ନବୀନଙ୍କ ପ୍ରତି ବିଶ୍ୱାସ ଘାତକତା କଲେ । ଆଉ ଏବେ ମିଥ୍ୟା ଲା‚ନା ଦେଉଛନ୍ତି । ପ୍ରକୃତ କଥା ହେଲା ନବୀନ ବାବୁ ନୂଆପଡ଼ା ଗସ୍ତ କରିବା ପରେ ପରିସ୍ଥିତି ପୁରା ବଦଳି ଯାଇଛି । ଆସନ୍ନ ପରାଜୟକୁ ନେଇ ବିଜେପି ଅତ୍ୟନ୍ତ ଭୟଭୀତ ହୋଇଯାଇଛି । ଜୟ ଢୋଲକିଆଙ୍କ ବାହାଘରରେ ନବୀନ ଯୋଗ ଦେଇଥିଲେ ଆଉ ତାଙ୍କ ବାପା ରାଜେନ୍ଦ୍ର ଚିକିତ୍ସିତ ହେବା ଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ଢୋଲକିଆ ପରିବାର ସହ ସେ ଥିଲେ । ଅନ୍ତତଃ ଏହାକୁ ଜୟ ଓ କଳ୍ପନା ଥରେ ଭାବିବା ଉଚିତ୍ ଥିଲା ।

ପୂର୍ବତନ ବିଧାୟିକା ଅଳକା ମହାନ୍ତି କହିଥିଲେ, ମୋ ସ୍ୱାମୀ ତଥା ପୂର୍ବତନ ବାଚସ୍ପତି, ସ୍ୱର୍ଗତ କିଶୋର ମହାନ୍ତିଙ୍କ ମୃତ୍ୟୁ ସମୟରେ ମୁଁ ଜଣେ ଗୃହିଣୀ ଥିଲି, ମୋ ପିଲାମାନେ ଏତେ ବଡ ଅଭିଯୋଗକୁ କେହି ବିଶ୍ୱାସ କରିବେ ନାହିଁ ।

 

Comments are closed.