Latest Odisha News

ଅମିତାଭ ବଚ୍ଚନଙ୍କ ବିରୋଧରେ ଜୟା ବଚ୍ଚନଙ୍କ ଅଭିଯୋଗ, କହିଲେ ମୋର ପ୍ରଶଂସା କରନ୍ତି ନାହିଁ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ହେଉଛି ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତୀକ ଯୋଡି। ସେମାନଙ୍କୁ ଅନେକ ପୁରସ୍କାର ଶୋ’ରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପୁଣି ଥରେ ‘କୌନ ବନେଗା କରୋଡପତି ମଞ୍ଚ’ରେ ଏକାଠି ହୋଇଥିଲେ। ଯେଉଁଠାରେ ଜୟା ବଚ୍ଚନ ତାଙ୍କ ସ୍ୱାମୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ସହ ହାଜର ହୋଇଥିଲେ। ଏହି ଏପିସୋଡଟି ବିଗ୍ ବିଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଅକ୍ଟୋବର ୧୧ ତାରିଖରେ ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକରେ ଅମିତାଭଙ୍କ ପାଇଁ ଶୋ’କୁ ଆସିଥିବା ତାଙ୍କ ପତ୍ନୀ ଏବଂ ପୁଅ ତାଙ୍କୁ ଆଶ୍ଚର୍ଯ୍ୟ କରିବେ। ଏହି ଏପିସୋଡର ପ୍ରୋମୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜୟା ଅମିତାଭଙ୍କ ନିକଟରେ ଅଭିଯୋଗ କରୁଥିବା ନଜର ଆସିଛନ୍ତି।

ବିଗ୍ ବିଙ୍କ ଜନ୍ମଦିନରେ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ଆଗମନ ଉପହାରଠାରୁ କମ୍ ନୁହେଁ। କୌନ ବନେଗା କରୋଡପତିର ଆଗାମୀ ଏପିସୋଡର ଏକ କ୍ଲିପ୍ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଜୟା ବଚ୍ଚନ କହୁଛନ୍ତି, “ମୁଁ ଦେଖିନାହିଁ ସତ କିନ୍ତୁ ଏହା ଶୁଣିଛି ଯେ ଆପଣ ଯେବେ ବି କୌଣସି ବ୍ୟକ୍ତିଙ୍କ ଉପରେ ପ୍ରଭାବିତ ହୁଅନ୍ତି ସେତେବେଳେ ତାଙ୍କ ପାଇଁ ଫୁଲ ପଠାନ୍ତି, ଚିଠି ପଠାଇଥାନ୍ତି। କିନ୍ତୁ ଆପଣ ମୋତେ କେବେ ବି କୌଣସି ଜିନିଷ କାହିଁକି ପଠେଇନାହାଁନ୍ତି?”

ଏହି ଅଭିଯୋଗ ଉପରେ ଉତ୍ତର ଦେବାକୁ ଅମିତାଭ ବଚ୍ଚନଙ୍କ ପାଖରେ କୌଣସି ଶବ୍ଦ ନଥିଲା ଏବଂ ସେ ହସିବାକୁ ଲାଗିଲେ। କିଛି ସେକେଣ୍ଡ ପରେ ଅମିତାଭ ଏକ ଉତ୍ତର ଦିଅନ୍ତି ଏବଂ କୁହନ୍ତି ଯେ ଏହି କାର୍ଯ୍ୟକ୍ରମ ସାର୍ବଜନୀନ ହେଉଛି, ଏପରି ସମସ୍ତଙ୍କ ସାମ୍ନାରେ ଜେରା କରିବା ଠିକ୍ ନୁହେଁ। ଏହା ଉପରେ ଅଭିଷେକ ବଚ୍ଚନ ତାଙ୍କ ସାମ୍ନାରେ ବସି ମାଆଙ୍କୁ ସମର୍ଥନ କରନ୍ତି ଏବଂ କୁହନ୍ତି “ନା ନା, ଆଦୌ ଭୁଲ୍ ନୁହେଁ ଆଗକୁ ଆହୁରୀ କେତେ କଣ ହେବ ତାହା ଦେଖିବାକୁ ବାକି ରହିଲା।”

ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୧ ତାରିଖରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଏହି ବିଶେଷ ଜନ୍ମଦିନ ଉତ୍ସବ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହା ବ୍ୟତୀତ ଜୟା ଏବଂ ଅମିତାଭଙ୍କ ମଧ୍ୟରେ ଅନେକ ଜିନିଷ ରହିବ ଯାହା ବୋଧହୁଏ ସେମାନଙ୍କ ପ୍ରଶଂସକଙ୍କ ପାଇଁ ବହୁତ ନୂଆ ଏବଂ ଅନନ୍ୟ ହେବ। ଦୀର୍ଘ ସମୟ ପରେ ଏହି ଦୁଇଜଣ ଏକାଠି ମଜା କରୁଥିବା ଦେଖିବାକୁ ମିଳିବ।

Leave A Reply

Your email address will not be published.